ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡ଼ିପଡ଼ା ଫାଣ୍ଡି ଅନ୍ତର୍ଗତ ବଡ଼ତେଲି ସାହିରେ ଏକ ବଧୁହତ୍ୟା ହୋଇଥିବା ଶରଣକୁଳ ଥାନାରେ ଅଭିଯୋଗ ହୋଇଛି । ସୂଚନାନୁସାରେ, ଗୋଡ଼ିପଡ଼ା ବଡ଼ତେଲିସାହିର ଲକ୍ଷ୍ମିଧର ସାହୁଙ୍କ ପୁଅ ବ୍ୟେମୋକେଶ ଚୈାଧୂରୀ ଇଟାମାଟି ଥାନା ନାରାୟଣ ପାଟଣା ସାହିର ଭିକାରୀ ସାହୁଙ୍କ ଝିଅ ରଶ୍ମିତାଙ୍କୁ ତିନିବର୍ଷ ପୂର୍ବେ ବୈଦିକ ରିତୀରେ ବିବାହ କରିଥିଲେ । ପାରିବାରିକ ଝଗଡ଼ାକୁ କେନ୍ଦ୍ର କରି ଆଜି ରଶ୍ମିତା ବିଷ ପିଇ ଦେଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ବ୍ୟେମୋକେଶ ପ୍ରଥମେ ଗୋଡ଼ିପଡ଼ା ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ରଶ୍ମିତାଙ୍କୁ ମୃତ ଘୋଷଣା କରିଥିଲେ । ରଶ୍ମିତାର ପିତା ଭିକାରୀ ସାହୁ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ଶରଣକୁଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।






