ନୟାଗଡ଼,(ବାଘୁଆବାର୍ତ୍ତା): ବିଶେଷ ସୁତ୍ରରୁ ଖବରପାଇ ଶରଣକୁଳ ପୁଲିସ ଆଜି ସିଙ୍ଗାରପୁର ଗାଁରେ ଚଢ଼ାଉ କରି ଏକ ଦେଶୀ ବନ୍ଧୁକ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଉକ୍ତ ଥାନା ଅନ୍ତର୍ଗତ ସିଙ୍ଗାରପୁର ଗ୍ରାମର ବୁଲୁ ନାହାକ । ଏନେଇ ଶରଣକୁଳ ଥାନାରେ ୩୬/୨୧ରେ ଏକ ମାମଲା ରୁଜୁ ହେବା ସହ ବୁଲୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।






