ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଚହଳ ପକାଇଲା ଭଳି ଏକ ଖବର ଦୁଇଦିନ ଧରି ଚର୍ଚ୍ଚାର ପରିସର ଭିତରକୁ ଆସିଛି । ଯାହାକି ସ୍ୱାମୀ ତା ସ୍ତ୍ରୀକୁ ଖୋଜୁଥିବା ବେଳେ ସ୍ତ୍ରୀ ଲୁଚକାଳି ଖେଳି ନୂଆ ସ୍ୱାମୀକୁ ପାଇବା ପାଇଁ ଦାଣ୍ଡ ଦୁଆରେ ବସିଛି । ଏଭଳି ଘଟଣା ଘଟିଛି ଫତେଗଡ଼ ଥାନା ଅଞ୍ଚଳରେ । ସୂଚନାନୁସାରେ, ଫତେଗଡ଼ ଥାନା ଅଞ୍ଚଳର ଏକ ଗାଁରେ ଜଣେ ଯୁବତୀ ଓ ଯୁବକ କ୍ଲାସ ମେଣ୍ଟ ଥିବା ବେଳେ ଯୁବତୀ ଜଣକ ବିବାହ ଖଣ୍ଡପଡ଼ା ଥାନା ଅଞ୍ଚଳରେ ହୋଇଥିଲା । ବର୍ତ୍ତମାନ ମହିଳାଙ୍କର ଦୁଇଟି ଛୁଆ ଥିବା ବେଳେ କ୍ଲାସ ମେଣ୍ଟ ସହିତ ୪/୫ଦିନ ତଳେ କୁଆଡେ ଚାଲିଯାଇଥିଲେ । ସେଠାରୁ ଫେରିବା ପରେ ହଠାତ୍ ଯୁବକ ଜଣକ କୁଆଡେ ଫେରାର ହୋଇଯାଇଥିବେ ବେଳେ ମହିଳା ଜଣକ ଯୁବକଙ୍କ ଦାଣ୍ଡରେ ବସିଥିବା ଖବର ମିଳିଛି । ସେପଟେ ମହିଳାଙ୍କ ସ୍ୱାମୀ ତାଙ୍କ ସ୍ତ୍ରୀକୁ ଖୋଜୁଥିବା ବେଳେ ସ୍ତ୍ରୀ ଜଣକ ସ୍ୱାମୀକୁ ଦେଖା ନଦେଇ ଲୁଚିଥିଲେ କିନ୍ତୁ ସ୍ୱାମୀ ଚାଲିଯିବା ପରେ ପୁଣି କ୍ଲାସମେଣ୍ଟ ଯୁବକଙ୍କ ଦାଣ୍ଡ ଦୁଆରେ ନୂଆ ସ୍ୱାମୀକୁ ପାଇବା ପାଇଁ ଧାରଣା ଦେଇଥିବା ସୂଚନା ମିଳିଛି ।






