ନୟାଗଡ଼,(ବାଘୁଆବାର୍ତ୍ତା): ସ୍ୱାମୀ ପରିତ୍ୟକ୍ତା ମହିଳା ଉପରେ ଦେଢଶ୍ୱରଙ୍କ ନିର୍ଦ୍ଦେଶରେ ଗ୍ରାମବାସୀଙ୍କ ଜୁଲମ୍ । ମହିଳା ଜଣକ ରହୁଥିବା ପରିତ୍ୟକ୍ତା ଘରେ ମାଡ଼ ମାରି ଘରୁ ବାହାର କରିଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନାନୁସାରେ, ରଣପୁର ଥାନା ଡମସାହି ପଞ୍ଚାୟତ ଅଧିନରେ ଥିବା ଖଜୁରୀପଡା ସାହିର ବନବାସୀ ବେହେରାଙ୍କ ସ୍ୱାମୀ ଦୀର୍ଘ ୧୫ବର୍ଷ ହେଲା ତାଙ୍କୁ ଛାଡି ଫେରାର ହୋଇଯାଇଛନ୍ତି । ତେଣୁ ଦୁଃଖ କଷ୍ଟରେ ମହିଳା ଜଣକ ଜୀବନ ନିର୍ବାହ କରିଆସୁଥିବା ବେଳେ ମହିଳାଙ୍କ ଦେଢଶ୍ୱରରଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମବାସୀ ତାଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଯୋଗୁଁ ନ୍ୟାୟ ପାଇବା ଆଶାରେ ଆଜି ଅପରାହ୍ନ ସମୟରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ମହିଳାଙ୍କ ଠାରୁ ଜିଲ୍ଲାପାଳ ସମସ୍ତ କଥା ବୁଝିବା ପରେ ଏସପିଙ୍କ ସହିତ ଆଲୋଚନା କରି ଯାହା ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ ଡ଼ ପୋମା ଟୁଡୁ ।






