ନୟାଗଡ଼,(ବାଘୁଆବାର୍ତ୍ତା): ସହିଦ ଦିବସ ଅବସରରେ ଡିଭାଇନ୍ କଲେଜ ପରିସରରେ ଥିବା ନିଫାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ଡିଭାଇନ କଲେଜର ଅଧ୍ୟକ୍ଷ କମଳକାନ୍ତ ସାହୁ ଉଦଘାଟନ କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ଠାରୁ ଏବଂ ସାଧାରଣ ଲୋକଙ୍କ ଠାରୁ ୮୧ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ନିଫାର ସଭାପତି ମନୋରଂଜନ ସାହୁ, ସଂପାଦକ ଭକ୍ତବଲ୍ଲଭ ବଟକୃଷ୍ଣ ମିଶ୍ର, ନିଫାର ସଦସ୍ୟ ପ୍ରସନ କୁମାର ମିଶ୍ର, ଦାମଦୋର ସାହୁ, ରୀତାରାଣି ମିଶ୍ର, ସୁକାନ୍ତି ଦେଇ, ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ଡିଭାଇନ୍ କଲେଜର ଡାଇରେକ୍ଟର ସନ୍ଦିପ୍ ମହାନ୍ତି, ଟ୍ରଷ୍ଟି କିଶୋର ଚନ୍ଦ୍ର ସାହୁ ଓ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଏଥିରେ ସହଯୋଗ କରିଥିଲେ ।






