ନୟାଗଡ଼,(ବାଘୁଆବାର୍ତ୍ତା): ଦେଶରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲା କମୁନାହିଁ । ପ୍ରତିଦିନ କେଉଁଠି ନା କେଉଁଠି ମହିଳାମାନେ ଅତ୍ୟାଚାରର ଶିକାର ହେଉଛନ୍ତି । ଜଣେ ନବବିବାହିତା ଚଉଠି ରାତିରେ ସ୍ୱାମୀ ବଦଳରେ ତାଙ୍କ ଦିଅର ଯାଇ ଦୁଷ୍କର୍ମ କରିଥିବା ଅଭିଯୋଗ ଥାନାରେ ହେବା ପରେ, ଦୁଷ୍କର୍ମ ପଛରେ ପରିବାର ଲୋକ ସମସ୍ତେ ଥିବାରୁ ପୁଲିସ ସମସ୍ତଙ୍କ ନାମରେ ମାମଲା ଋଜୁ କରିଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ରାବତସର ଥାନା ଅଞ୍ଚଳରେ । ସୂଚନାନୁସାରେ, ରାଜସ୍ଥାନ ହନୁମାନଗଡ ଜିଲ୍ଲା ରାବତସର ଥାନା ଅଞ୍ଚଳରେ ମାର୍ଚ୍ଚ ୧୩ତାରିଖ ଦିନ ପରିବାର ଲୋକଙ୍କ ସହମତିରେ ବିବାହ ହୋଇଥିଲା । ହେଲେ ଚତୁର୍ଥୀ ରାତିରେ ନବବଧୂ ବାସର ଘରେ ବସିଥିବା ବେଳେ ତାଙ୍କ ସ୍ୱାମୀ ଯିବା ବଦଳରେ ଦିଅର ଯାଇ ଦୁଷ୍କର୍ମ କରିଥିଲା । ଯାହାକୁ ନେଇ ନବବଧୂ ଜଣଙ୍କ ରାବତସର ଥାନାରେ ଅଭିଯୋଗ କରିବା ପରେ ଚଉଠି ତାରିରେ ନବବଧୂକୁ ଦୁଷ୍କର୍ମ କରିବା ପଛରେ ପରିବାରର ସମସ୍ତଙ୍କ ହାତ ରହିଛି । ଯେହେତୁ ନବବଧୂଙ୍କ ସ୍ୱାମୀ ନଂପୁସକ ତେଣୁ ନବବଧୂଙ୍କ ଶାଶୁ ଶଶ୍ୱୁର ଦିଅରକୁ ନବବଧୂ ପାଖକୁ ପଠାଇଥିଲେ । ତେଣୁ ସମସ୍ତଙ୍କ ନାମରେ ସାମୁହିକ ଦୁଷ୍କର୍ମ ମାମଲା ଋଜୁ କରି ତଦନ୍ତ କରୁଛି ରାବତସର ପୁଲିସ ।






