ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରାଣୀଛେଳୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ରଞ୍ଜନ ବେହେରାଙ୍କୁ ଆଜି ଜିଲ୍ଲାପାଳ ନିଲମ୍ବନ କରିଥିବା ସୂଚନା ମିଳିଛି । ଉକ୍ତ ପଞ୍ଚାୟତର ୨ନଂ ୱାର୍ଡ଼ ଉପ ନିର୍ବାଚନ ବେଳେ ନିର୍ବାହୀ ଅଧିକାରୀ ଭୋଟର ତାଲିକା ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗକୁ ଭିତ୍ତି କରି ତାଙ୍କୁ ନିଲମ୍ବନ କରାଯାଇଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।






