ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଟାଉନଥାନା ପୁଲିସ ପକ୍ଷରୁ ସହର ମୁଖ୍ୟ ଛକ ତଥା ବସଷ୍ଟାଣ୍ଡଠାରେ ମାସ୍କ ଚେକିଂ କରାଯାଇଛି । ଟାଉନଥାନା ଏସ୍ଆଇ ଧର୍ମେନ୍ଦ୍ର ଶିଆଳଙ୍କ ନେତୃତ୍ୱରେ ଏକ ଟିମ୍ ବସଷ୍ଟାଣ୍ଡଠାରେ କଡ଼ାକଡ଼ି ଭାବେ ମାସ୍କ ଚେକିଂ କରିଥିବା ଦେଖିବାକୁ ମିଳିଛି । ଏହି ଯାଂଚ ସମୟରେ ବିନା ମାସ୍କରେ ଯାତାୟତ କରୁଥିବା ବିଭିନ୍ନ ଲୋକଙ୍କୁ ସଚେତନ କରାଯାଇଥିବା ବେଳେ ଅନେକ ଲୋକଙ୍କଠାରୁ ଜୋରିମାନା ଆଦାୟ କରାଯାଇଥିବା ଦେଖିବାକୁ ମିଳିଛି । ମୋଟ ୩ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଏସ୍ଆଇ ଶିଆଳ ସୂଚନା ଦେଇଛନ୍ତି ।






