ନୟାଗଡ଼,(ବାଘୁଆବା ର୍ା): ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଆଜି ୧୦୦ବର୍ଷ ପୂ ିର୍ ଅବସରରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ପ୍ରେକ୍ଷାଳୟ ପରିସରରେ ନାଟକ ‘ଗାନ୍ଧୀଙ୍କ ଓଡ଼ିଶା’ ମଞ୍ଚସ୍ଥ ହେଇଯାଇଛି । ନାଟ୍ୟକାର ଶଙ୍କର ତ୍ରିପାଠୀ ଚରିତ ଏବଂ ଶରତ ଆଚାର୍ଯ୍ୟଙ୍କ ବଳିଷ୍ଠ ନିର୍ଦ୍ଦେଶନାର ଗାନ୍ଧୀଙ୍କ ଓଡ଼ିଶା ନାଟକକୁ ଜିଲ୍ଲାପାଳ ଡ ପୋମା ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାରମ୍ଭିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଅଧ୍ୟାପକ ଗଣେଶ ମିଶ୍ର ସଂଯୋଜନାରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥିଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ, ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚଡି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଡ଼ ପ୍ରମୋଦ ନାୟକ, ରାଗେଶ୍ରୀ ନିଳୟମର ସଭାପତି ପ୍ରଭାତ ଦାସ ଓ ସଂପାଦକ ଶରତ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।






