ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପୁଲିସ ୩ ଜଣ ଚୋରଙ୍କୁ ଗିରଫ କରିଛି । ସେମାନେ ହେଲେ ନୟାଗଡ଼ ପୁରୁଣାସହର ଶିବବ୍ରତ ପଟ୍ଟନାୟକ ଓରଫ ପିନୁ, ଘଡ଼ୁଆଳ ଗ୍ରାମର ସାହିଲ କୁମାର ସାହୁ ଏବଂ ବଲାଙ୍ଗୀବନ୍ଧର ସୁଧାଶଂ ମହାପାତ୍ର । ନୟାଗଡ଼ ଜିଲ୍ଲା ଇଟାମାଟି ବଜାର ଗୋକୁଳାନନ୍ଦ ସାହୁଙ୍କ ରାସନ ଦୋକାନରୁ ଗୋଟିଏ ଅମୁଲ ପେଟି କେହି ଚୋରୀ କରି ନେଇଥିବା ଅଭିଯୋଗ ହୋଇଥିଲା । ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ୩୮/୨୧ରେ ସିସିଟିଭି ଆଧାରରେ ତଦନ୍ତ ସମୟରେ ପିନୁ ଚୋରୀ କରୁଥିବା ଦେଖିବାକୁ ଜଣାପଡ଼ିଥିଲା । ଗତକାଲି ବିଳମ୍ବିତ ରାତିରେ ଇଟାମାଟି ପୁଲିସ ପିନୁକୁ ଧରିବା ପରେ ତା ସହିତ ଅନ୍ୟ ଦୁଇ ଜଣ ସପୃକ୍ତ ଥିବା ଜଣାପଡ଼ିଥିଲା । ଫଳରେ ଇଟାମାଟି ପୁଲିସ ଆଜି ୩ ଜଣ ଚୋରଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ରାସନ ସାମଗ୍ରୀ ଜବତ କରାଯାଇଥିବା ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।






