ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମହାମାରୀ କରୋନା ଦୀର୍ଘ ବର୍ଷେ ରାଜ୍ୟରେ କାୟା ବିସ୍ତାରି ଚାଲିଥିବା ବେଳେ ଦୁଇ ତିନିମାସ ତଳେ ସଂକ୍ରମିତ ସଂଖ୍ୟାରେ ପରିବର୍ତ୍ତନ ଆସିଥିଲା । ଯାହାକୁ ନେଇ କଟକଣା ମଧ୍ୟ ରାଜ୍ୟ ସରକାର କୋହଳ କରିଥିଲେ । ତେବେ ବର୍ତ୍ତମାନ ପରିସ୍ଥିତିରେ ପୁଣି ରାଜ୍ୟରେ ମହାମାରୀ କରୋନାରେ ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ଓଡ଼ିଶାକୁ ରାତ୍ରୀ କାଳିନ କର୍ଫ୍ୟୁ ଜାରି କରିଛନ୍ତି । ଏଣିକି ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରି କାଳିନ କର୍ଫ୍ୟୁ ବଳବତ୍ତର ରହିବ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାତ୍ରି କାଳିନ କର୍ଫ୍ୟୁ ରହିବ । ବଡ଼ଯାତ୍ର, ଦୋଳଯାତ୍ରା ଓ ହୋଲି ଉତ୍ସବକୁ ଦୃଷ୍ଟିରେ ରଖି ଏଭଳି କଟକଣା କରାଯାଇଛି । ଆସନ୍ତା କାଲି ଠାରୁ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁହେବ । ବଡ଼ଯାତ୍ରାରେ ୨ଶହ ଲୋକଙ୍କ ଉପସ୍ଥିତିରେ ଯାତ୍ରା ହେବ । ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ଦରକାର ପଡିଲେ ଲକଡାଉନ ଓଡ଼ିଶାକୁ ଫେରିପାରେ!






