ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଦୁଇ ଦିନ ହେଲା ମାଆର ପତା ମିଳୁନି । ମାଆକୁ ଖୋଜୁଛି ୧୨ବର୍ଷର ପୁଅ । କାରକୁ ଲିପ୍ଟ ମାଗି ନିଖୋଜ ହେଇଗଲେ ମହିଳା । ଏଭଳି ସଂଗୀନ ଅଭିଯୋଗ ଆସିଛି ବାଘମାରୀ ଅଞ୍ଚଳରୁ । ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ବାଘମାରୀ ଗାଁର ପ୍ରକାଶ ସେଠୀଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ସେଠୀ(ଆରତୀ) ଟାଙ୍ଗିରେ ରହନ୍ତି । କୌଣସି କାମରେ ଆରତୀଙ୍କ ବାପଘରକୁ ୧୯ତାରିଖ ଦିନ ଆସିଥିଲେ । ତେବେ ୨୦ତାରିଖ ସକାଳୁ ଟାଙ୍ଗି ଯିବା ପାଇଁ ଆରତୀ ବେଗୁନିଆ ଥାନା ଛକରେ ଉକ୍ତ ମହିଳା ଏବଂ ତାଙ୍କ ମାଆ ଅପେକ୍ଷା କରିଥିଲେ । ବସଟି ବେଗୁନିଆ ଥାନା ଛକ ଠାରେ ଟାଙ୍ଗି ଯିବା ଏକମାତ୍ର ବସ ଥିବାରୁ ସକାଳୁ ସକାଳୁ ବସ୍ ଫେଲ ହୋଇଥିଲେ । କାର ଆସୁଥିବା ଦେଖି ଆରତୀ ହାତ ଦେଖାଇ ଲିପ୍ଟ ମାଗିଥିଲେ । କାର ଚାଳକ ବସ ପାଖରେ ପହଞ୍ଚାଇ ଦେବ କହିବାରୁ ଆରତୀ କାରରେ ବସିଥିଲେ । ସେପଟେ ଟାଙ୍ଗିରେ ଯାଇ ବସ୍ ପହଞ୍ôଚ ଥିଲେ ମଧ୍ୟ ଆରତୀ ନଓହ୍ଲେଇବାରୁ ସ୍ୱାମୀ ବହୁତ ଖୋଜା ଖୋଜି କରି ନପାଇ ନିରାଶ ହୋଇ ଶେଷରେ ବେଗୁନିଆ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହି ଘଟଣାକୁ ବେଗୁନିଆ ପୁଲିସ ଗୁରୁତ୍ୱ ଦେଇ ଆରତୀଙ୍କ ମାଆକୁ ଥାନାକୁ ଡାକି ତଦନ୍ତର ଆଗେଇ ନେଇଥିବା ବେଳେ ବେଗୁନିଆ-ସୁନାଖଳା ପର୍ଯ୍ୟନ୍ତ ଲାଗିଥିବା ସମସ୍ତ ସିସିଟିଭ ତନଖି କରିଛି । ସେହିଭଳି ଆରତୀଙ୍କ ପାଖରେ ଫୋନ ନଥିବାରୁ ତଦନ୍ତରେ ବିଳମ୍ଭ ହେଉଥିବା ସୂଚନା ମିଳିଛି । ତେବେ ଆରତୀ ୧୨ବର୍ଷର ପୁଅ ମାଆକୁ ଦୁଇଦିନ ହେଲା ନପାଇ ଏଣେତେଣେ ଖୋଜୁଥିବା ଜଣାପଡିଛି ।






