ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ତୁଳସୀପୁରସ୍ଥିତ ମଧୁବୈଶ୍ୟ ସମାଜ ଧର୍ମଶାଳା ଠାରେ ୭୫ତମ ବାର୍ଷିକ ସାଧାରଣ ଅଧିବେଷନ ଅନୁଷ୍ଠିତ ହୋଇଯାଇଛି । ସମାଜର ବାର୍ଷିକ ବିବରଣୀ ଉପସ୍ଥାପନ ହେବା ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ସଭାପତି ପ୍ରଣବ କୁମାର ବିଶୋଇଙ୍କ ସଭାପତିତ୍ୱରେ ବିଭିନ୍ନ ଉନ୍ନତି ମୁଳକ ପ୍ରସଂଗ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ୫ଟି ରାଜ୍ୟର କର୍ମକର୍ତ୍ତ ଯୋଗ ଦେଇ ନିଜର ଅଭିଭାଷଣ ରଖିଥିଲେ । ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ଧର୍ମଶାଳା ପ୍ରତି ଥିବା ଅବଦାନ ସଂପର୍କରେ ଆଲୋଚନା କରାଯାଇଥିଲା । ଉପ ସଭାପତି ଲୋକନାଥ ପାତ୍ର, ସଂପାଦକ ପ୍ରଫୁଲ କୁମାର ସାହୁ, ସହ ସଂପାଦକ ଅନ୍ତର୍ଯ୍ୟାମୀ ସାହୁ, ଯୁଗ୍ମ ସଂପାଦକ ଗଙ୍ଗାଧର ସାହୁ, କୋଷାଧ୍ୟକ୍ଷ ଜଗନ୍ନାଥ ସାହୁ, ବରିଷ୍ଠ ଉପଦେଷ୍ଟା ଚିନ୍ତାମଣୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଦଶପଲ୍ଲାର ସଭାପତି ଶରତ ଚନ୍ଦ୍ର ସାହୁ, ରଣପୁର ସଭାପତି ଅରକ୍ଷିତ ସାହୁ, ଖଣ୍ଡପଡ଼ା ସଭାପତି ରବିନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।






