ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଗଣିଆ ବଜାରରୁ ଘରକୁ ଫେରୁଥିବା ଜଣେ ଯୁବକଙ୍କ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଯୁବକ ଜଣଙ୍କ ହେଲେ ନାରାୟଣପ୍ରସାଦ ଗ୍ରାମର ଚକ୍ରଧର ରାଉତଙ୍କ ପୁଅ ରମେଶ ରାଉତ। ଗଣିଆ ଦଶପଲ୍ଲା ରାସ୍ତା ଆକାଶ ଢାବା ନିକଟରେ ଦୁର୍ଘଟଣା ଘଟିଥିବା ବେଳେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ପୁଲିସ ପକ୍ଷରୁ ଶବ ଜବତ କରାଯାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।






