ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୁଲିସ ୨ଜଣଙ୍କୁ ଗିରଫ୍ କରିଛି । ଗତବର୍ଷ ଟାଙ୍ଗୀ ତହସିଲଦାର ଅଶ୍ୱନୀ କୁମାର ଦାଶ ଖଣି ରେଡ କରି ଫେରୁଥିବା ବେଳେ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ଏଥି ମଧ୍ୟରେ ଆଜି ଦୁଇଜଣଙ୍କୁ ଚାନ୍ଦପୁର ପୁଲିସ ଗିରଫ କରିଛି । ସୂଚନାନୁସାରେ, ବେଣ୍ଟ ଗ୍ରାମ ନିକଟରେ କିଛି ବ୍ୟକ୍ତି ଟାଙ୍ଗୀ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ । ଚଂପାଗଡ଼ ଗ୍ରାମର ଗଣେଶ୍ୱର ମାନଦ୍ଧାତା ଓ ଦୀପକ କୁମାର ରାଉତରାୟଙ୍କୁ ଗିରଫ୍ କରାଯାଇଛି ।






