Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହରିଣ ମାଂସ ଜବତ: ଦୁଇ ଗିରଫ୍, ଜଣେ ଫେରାର

by ସଞ୍ଜୟ ସ୍ୱାଇଁ
March 19, 2021
in Breaking, Crime, Nayagarh
2.4k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା); ବନ୍ୟପ୍ରାଣୀ ଶିକାର ପାଇଁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ ପ୍ରଣୟନ କରିଛନ୍ତି । ହେଲେ ଶିକାରୀମାନେ ଏହି ଆଇନକୁ ଫୁ କରି ଦିନ ଦ୍ୱିପ୍ରହରେ ଶିକାର କରିଚାଲିଛନ୍ତି । ଯାହାଫଳରେ ଶିକାରୀମାନେ ହରିଣ ଶିକାର କରି ଆଜି ହରିଣ ମାଂସ ବିକ୍ରି କରୁଥିବା ଅଭିଯୋଗରେ ମାଂସ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଜଣେ ଫେରାର ଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଗଣିଆ ବନାଞ୍ଚଳ ଅଞ୍ଚଳରେ । ସୂଚନାନୁସାରେ, ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଗଣିଆ ବନାଞ୍ଚଳ ଅଧିନରେ ଥିବା ୱାଲିପୁର ଗାଁରେ ଥିବା ଭଗବତ୍ ପଣ୍ଡାଙ୍କ ଘରେ ହରିଣ ମାଂସ ବିକ୍ରି ହେଉଥିବା ଗଣିଆ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓ ବିଶେଷ ସୁତ୍ରରୁ ଖବର ପାଇ ଚଢଉ କରିଥିଲେ । ଚଢଉ ସମୟରେ ତାଙ୍କ ଘରୁ ପାଖାପାଖି ୧୫କିଲୋ ହରିଣ ମାଂସ, ବିକ୍ରିପାଇଁ ବ୍ୟବହୃତ ହୋଇଥିବା ତକଡ଼ି ଓ ଚାପଡ଼ ଜବତ କରିବା ସହିତ ଭଗବତ୍ ପଣ୍ଡା(୬୦) ଓ ତାଙ୍କ ପୁଅ ଅଜିତ୍ କୁମାର ପଣ୍ଡା(୩୦)ଙ୍କୁ ଗଣିଆ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ପଚାରାଉଚୁରା କରିବା ପରେ ଓଆର କେସ୍ ନଂ-୪୮/୨୦-୨୧ରେ ମାମଲା ଋଜୁ କରି ବାପା ପୁଅ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ, ହରିଣ ଶିକାରରେ ସାମିଲ ଥିବା ଗୁଣ୍ଡୁରୀବାରି ଗାଁର ରାମଚନ୍ଦ୍ର ପ୍ରଧାନ(୨୫) ଫେରାର ଥିବା ପ୍ରକାଶ କରିଛନ୍ତି । ଜବତ ହୋଇଥିବା ମାଂସକୁ ପରୀକ୍ଷଣ କରିବା ପାଇଁ ଭୁବନେଶ୍ୱର ଓୟୁଟିକୁ ପଠାଯିବ । ତେବେ ଉକ୍ତ ଅଭିଯୁକ୍ତ ୨ଜଣଙ୍କୁ ଆଜି କୋର୍ଟ ଟାଲାଣ କରାଯିବା ନେଇ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓ ସୂଚନା ଦେଇଛନ୍ତି । ଉକ୍ତ ଚଢଉ ସମୟରେ ଗଣିଆ ବନାଞ୍ଚଳ ଅଧିକାରିଣୀଙ୍କ ସହିତ ବନପାଳ ସନ୍ତୋଷ ପ୍ରଧାନ, ବନ ସୁରକ୍ଷା କର୍ମଚାରୀ ନିଳମଣୀ ଦଳେଇ, ପବିତ୍ର ପରୀଡ଼ା ସାମିଲ ଥିଲେ ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!