ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କୁ ଚଳିତ ବର୍ଷ ହଜାରେ କୋଟିର ଲାଭାଂଶ ଦେଇଛି ଓଏମସି । ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ୩୪% କୁ ବୁଦ୍ଧି ପାଇଛି । ଏ ବର୍ଷ ଓଏମସି ୫୧୬୨ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛି । ଯାହାକି ଚଳିତ ବର୍ଷ ପାଇଁ ଓଏମସିର ରେକର୍ଡ ସୃଷ୍ଟି କରିଛି । ଏନେଇ ରାଜ୍ୟ ସରକାରଙ୍କୁ ଚେକ୍ ପ୍ରଦାନ କରିଛନ୍ତି ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକ୍ । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଚେକ୍ ଗ୍ରହଣ କରିଛନ୍ତି । ଓଏମସିର ୧୦ଟି ଖଣି ରହିଛି । ତେବେ ଆଗାମୀ ୨/୩ ବର୍ଷରେ ଓଏମସି ୨ ଗୁଣା ରାଜସ୍ୱ ଆଦାୟ କରିବାର ଲକ୍ଷ ରଖିଥିବା ବେଳେ ଆଉ ୨ଟି ଝିଲିଂ ଲଙ୍ଗଲୋଟା ଓ ଗୁଆଲି ନୂଆ ଖଣିରୁ ଉତ୍ପାଦନ ଆରମ୍ଭ ହୋଇଛି ।






