ନୟାଗଡ଼,(ବାଘୁଆବାର୍ତ୍ତା): ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ଲୁଣିସର ଛକ ନିକଟରେ ଏକ କାର ଗଛକୁ ଧକ୍କା ଦେଇଥିବା ଜଣାପଡିଛି । କାରରେ କେହି ନଥିବା ବେଳେ ପୁଲିସ କାରକୁ ଥାନାକୁ ଆଣିଥିବା ସୂଚନା ମିଳିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ନୂଆଗାଁ ଥାନା ଅନ୍ତର୍ଗତ ଲୁଣିସରା ଛକ ନିକଟରେ ଆଜି ଭୋର ସମୟରେ ଏକ କାର ଦ୍ରୁତଗତିରେ ଆସି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା । ହୁଣ୍ଡାଇ କାର ନଂ(ଓଡି ୦୨ଏଓ ୫୭୯୦)ଟି ଦଶପଲ୍ଲାରୁ ନୟାଗଡ଼ ଅଭିମୁଖେ ଆସୁଥିବା ବେଳେ ଲୁଣିସରା ଛକ ନିକଟରେ ଟନିଂ ପଏଣ୍ଟରେ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଇଥିଲା । ଯାହାଫଳରେ ଚାଳକ ଗୁରୁତର ଥିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଦଶପଲ୍ଲା ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ନୂଆଗାଁ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ôଚ କାରକୁ ଜବତ କରି ଥାନାକୁ ଆଣିଥିବା ନେଇ ନୂଆଗାଁ ଥାନାଅଧିକାରୀ ରମେଶ କୁମାର ଦେବତା ପ୍ରକାଶ କରିଛନ୍ତି ।






