ରଣପୁର, (ବାଘୁଆବାର୍ତ୍ତା): : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କେରଣ୍ଡାଟାଙ୍ଗି ସେବା ସମବାୟ ସମିତି ଆଗରେ ଓଡିଶା କୃଷକ ସଭା ଧାରଣା ରେ ବସିଥିଲେ l ଏହି ଧାରଣା ଧାନ କ୍ରୟ କରାଯାଉ ନ ଥିବା ପ୍ରତିବାଦରେ କରାଯାଇଥିଲା l ପ୍ରାସାଶନିକ ସ୍ତରରେ ପଦକ୍ଷେପ ନିଆ ନ ଯିବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଜଣା ପଡିଛି l ଏହି ଧାରଣାରେ ଚାଷୀ ନେତା ସୁରେଶ ସ୍ୱାଇଁ, ସାରଙ୍ଗଧର ପ୍ରଧାନ, ଗଣେଶ୍ୱର ଦଳେଇ ଙ୍କ ସହିତ ବହୁ କର୍ମୀ ସାମିଲ ଥିବା ଜଣା ପଡିଛି l







