Wednesday, June 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୃଷିର ଉନ୍ନତି ପାଇଁ ନିରନ୍ତର ପ୍ରୟାସ କରାଯାଉଛି

by ସଞ୍ଜୟ ସ୍ୱାଇଁ
March 17, 2021
in Lifestyle, Nayagarh, Politics, State
କୃଷିର ଉନ୍ନତି ପାଇଁ ନିରନ୍ତର ପ୍ରୟାସ କରାଯାଉଛି
243
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା):ବିଗତ ୨୦ ବର୍ଷ ମଧ୍ୟରେ ରାଜ୍ୟ କୃଷି କ୍ଷେତ୍ରରେ ପ୍ରଭୂତ ଉନ୍ନତି କରିଛି । ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତିକୁ ଅଗ୍ରାଧିକାର ପ୍ରଦାନ କରି ଅନେକ ନୂତନ ବିକାଶମୂଳକ ଯୋଜନା କରିଛନ୍ତି, ଯେଉଁଥିରେ ଚାଷୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ସମୟୋଚିତ କୃଷି ନୀତି, ସ୍ୱତନ୍ତ୍ର କୃଷି ବଜେଟ, କୃଷି କ୍ୟାବିନେଟ୍‌ ଆଦି ମାଧ୍ୟମରେ କୃଷିର ଉନ୍ନତି ପାଇଁ ନିରନ୍ତର ପ୍ରୟାସ କରାଯାଉଛି ବୋଲି ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ କହିଛନ୍ତି । ଆଜି ‘କୃଷି ଓଡ଼ିଶା-୨୦୨୧’ର ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ରାଉତ କହିଲେ ଯେ ରାଜ୍ୟ ସରକାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଯୋଗାଇ ଦେଉଥିବା ସୁବିଧା ଓ ସୁଯୋଗ ଏବଂ ପ୍ରୋତ୍ସାହନର ସୁଯୋଗ ନେଇ ଯୁବକଯୁବତୀମାନେ କୃଷି କ୍ଷେତ୍ରରେ ମନୋନିବେଶ କଲେ ଓଡ଼ିଶାର କୃଷି କ୍ଷେତ୍ରରେ ପ୍ରଭୂତ ଉନ୍ନତି ହୋଇପାରିବ ଏବଂ କୃଷକମାନଙ୍କର ଆୟ ବୃଦ୍ଧି ପାଇବ । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଏଚ୍‌.ଏଚ୍‌ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟରେ କୃଷିର ପ୍ରଗତିର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିବା ଅବସରରେ କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଋଣ ପ୍ରଦାନ ଦିଗରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଥିଲେ । ଉତ୍ସବ ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଫଳରେ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇଛି ବୋଲି କହିଥିଲେ । ଶେଷରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଡ. ସାହୁଙ୍କ ଉପସ୍ଥିତିରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘ଓଡ଼ିଶା ମିଲେଟ ମିଶନ’ ସମ୍ବନ୍ଧୀୟ ଏକ ବୁଝାମଣାପତ୍ର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ୱାଲର୍ଡ ଫୁଡ୍‌ ପ୍ରୋଗାମ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । କାର୍ଯ୍ୟକ୍ରମରେ ପ୍ରାଣୀସଂପଦ ଏବଂ କୃଷି କ୍ଷେତ୍ରରେ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜି ତୃତୀୟ ଦିବସ ପୂର୍ବାହ୍ନରେ ‘କୃଷି ଓଡ଼ିଶା’ ପରିସରରେ ଆୟୋଜିତ କୃଷି ପାଠଶାଳାରେ ‘କୁକୁଡ଼ା ପାଳନ-ଏକ କ୍ରମବର୍ଦ୍ଧିଷ୍ଣୁ ଉଦ୍ୟୋଗ’, ‘ଉଦ୍ୟୋଗୀଙ୍କ ଦୃଷ୍ଟିରେ ବ୍ୟବସାୟିକ ଗୋପାଳନ’ ଏବଂ ‘କୃଷି ଉତ୍ପାଦନ ବୃଦ୍ଧିରେ ସମନ୍ୱିତ ଚାଷର ଭୂମିକା’ ସଂପର୍କରେ ବିଭିନ୍ନ ବକ୍ତାମାନେ ବିଶଦ ଭାବରେ ଆଲୋଚନା କରିଥିଲେ । ପାଠଶାଳାକୁ ସମ୍ବୋଧିତ କରିବା ଅବସରରେ ମନ୍ତ୍ରୀ ଡ. ସାହୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବିକଶିତ ହୋଇଥିବା ଜ୍ଞାନକୌଶଳର ଉପଯୋଗ କରି ଉତ୍ପାଦନ ଓ ଆୟ ବୃଦ୍ଧି ନିମନ୍ତେ କୃଷକମାନଙ୍କୁ ପରାମର୍ଶ ଦେଇଥିଲେ । କୁକୁଡ଼ା ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା ମାଧ୍ୟମରେ ସେମାନଙ୍କ ଅସୁବିଧା ସଂପର୍କରେ ଅବଗତ ହୋଇଥିଲେ ଓ ଏହାକୁ ଦୂର କରିବା ନିମନ୍ତେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଲୋଚନା ଚକ୍ରରେ କୁକୁଡ଼ା ପାଳନ କ୍ଷେତ୍ରରେ ସଫଳ ଉଦ୍ୟୋଗୀ ସୃଷ୍ଟି କରିବା ଓ ରାଜ୍ୟକୁ ଅଣ୍ଡା ଓ ମାଂସ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ଦିଗରେ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ବକ୍ତାମାନେ ବିଶଦ ଭାବେ ଆଲୋଚନା କରିଥିଲେ । ସେହିପରି ଗୋପାଳନ କ୍ଷେତ୍ରରେ ଉନ୍ନତି ନିମନ୍ତେ କୃତି୍ରମ ପ୍ରଜନନ, ଫାଟୁଆ ରୋଗର ନିରାକରଣ, ଟିକାକରଣ ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା ହୋଇଥିଲା । ଦୁU ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ନିମନ୍ତେ ଗାଈମାନଙ୍କୁ ଉନ୍ନତ ମାନର ଖାଦ୍ୟ, ସବୁଜ ଘାସ, ପିଇବା ପାଣିର ସୁବିଧା ଆଦିି ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥି ସହିତ ଆଲୋଚନା ଚକ୍ରରେ ସମନ୍ୱିତ ଚାଷରେ ଥିବା ସୁବିଧାସୁଯୋଗ ଓ ଧାରାବାହିକ କୃଷି ପାଇଁ ସମନ୍ୱିତ ଚାଷର ଭୂମିକା ସଂପର୍କରେ ବକ୍ତାମାନେ ଆଲୋଚନା କରିଥିଲେ ।
ପାଠଶାଳାରେ କୃଷି ଉତ୍ପାଦନ କମିଶନର ଶ୍ରୀ ଆର୍‌.କେ. ଶର୍ମା, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ, ଆପିକଲର ଅଧ୍ୟକ୍ଷ ଶ୍ରୀ ପ୍ରଭାଦିତ୍ୟ ମିଶ୍ର, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରତ୍ନାକର ରାଉତ, ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତି, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ । ଏଥିରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ପ୍ରତ୍ୟେକ ପାଠଶାଳାର ପ୍ରାୟ ୩୦୦ ଜଣ କୃଷକ ଅଂଶଗ୍ରହଣ କରିଥିଲେ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!