Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସ୍‌ଟିଏସ୍‌ସି ବର୍ଗର ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା

by ସଞ୍ଜୟ ସ୍ୱାଇଁ
March 17, 2021
in Feature News
ଏସ୍‌ଟିଏସ୍‌ସି ବର୍ଗର ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା
158
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା):ଆଜି ସ୍ଥାନୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ୨୦୨୦ ବର୍ଷର ମାଟ୍ରିକ ପରୀକ୍ଷାରେ ସଫଳତା ପାଇଥିବା ଏସ୍‌.ଟିଏସ୍‌.ସି ବର୍ଗର ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଭର୍ଚୁଆଲ୍‌ ମୋଡ୍‌ରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ୧୦୦ ଜଣ କୃତୀ ଛାତ୍ରଛାତ୍ରୀ ଓ ମାଟି୍ରକ ପରୀକ୍ଷାରେ ସଫଳତା ପ୍ରଦର୍ଶନ କରିଥିବା ୨୧ଟି ଜିଲ୍ଲାର ୫୦ଟି ଶ୍ରେଷ୍ଠ ବିଦ୍ୟାଳୟକୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାରକା କହିଲେ ଯେ ବିଭାଗୀୟ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି । ଶିକ୍ଷକମାନଙ୍କ ପ୍ରେରଣା ଓ ପ୍ରତିବଦ୍ଧତା ଯୋଗୁଁ ଆଜି ଛାତ୍ରଛାତ୍ରୀମାନେ ସଫଳତା ଅର୍ଜନ କରିପାରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା କହିଲେ ଯେ, କରୋନା ମହାମାରୀର ପ୍ରଭାବ ସତ୍ତେ୍ୱ ଏସ୍‌ଟିଏସ୍‌ସି ଉନ୍ନୟନ ବିଭାଗର ଯେଉଁ ଛାତ୍ରଛାତ୍ରୀମାନେ ୨୦୨୦ ବର୍ଷର ମାଟି୍ରକ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି ସେମାନେ କେବଳ ନିଜ ବିଦ୍ୟାଳୟ ନୁହେଁ ଏସ୍‌ଟିଏସ୍‌ସି ଉନ୍ନୟନ ବିଭାଗ ପାଇଁ ଗର୍ବ ଓ ଗୌରବର ଅଧିକାରୀ । ଏହି ଉତ୍ସବରେ ସ୍ୱାଗତ ଭାଷଣ ଦେଇ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର(ଡଃ) ଅଖିଳ ବିହାରୀ ଓତା କହିଲେ ଯେ, ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏସ୍‌.ଟି, ଏସ୍‌.ସି ବ ର୍ଗର ଛାତ୍ରଛାତୀ୍ର ମାନ ଙ୍କ ର ଶିକ୍ଷାର ବିକାଶ ନିମେ; ବିଭାଗ ଉଦ୍ୟମ ଜାରି ର ଖିଛି । ମାଟି୍ରକ୍‌ ପରୀକ୍ଷାରେ ବିଭାଗୀୟ ଛାତ୍ରଛାତ୍ରୀମାନେ ଅଧିକ ସଂଖ୍ୟାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଆମେ ଗର୍ବିତ । ୨୦୨୦ ବର୍ଷର ମାଟି୍ରକ୍‌ ପରୀକ୍ଷାରେ ୪୦୧ଟି ଉଚ୍ଚ ବିଦ୍ୟାଳୟର ୨୭ ହଜାର ୬୭୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୨୩ ହଜାର ୭୯୪ ଜଣ ଉତ୍ତୀର୍ଣ୍ଣ ହୋଇଥିଲେ । ଅ-୧ ଗ୍ରେଡ୍‌ରେ ୫ ଜଣ, ଅ ଗ୍ରେଡ୍‌ରେ ୫୨ ଜଣ, ଇ-୧ ଗ୍ରେଡ୍‌ରେ ୨୮୩ ଜଣ, ଇ ଗ୍ରେଡ୍‌ରେ ୧୧୦୧ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ବିଭାଗୀୟ ବିଦ୍ୟାଳୟର ପାସହାର ଶତକଡ଼ା ୮୫.୯୯ ଥିବାବେଳେ ରାଜ୍ୟର ପାସହାର ୭୮.୭୬% ରହିଛି । ପରୀକ୍ଷାରେ ଉତ୍କର୍ଷ ଲାଭ କରିଥିବା ପ୍ରଥମ ତିନିଜଣ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ହାଇସ୍କୁଲର କୁମାରୀ ସ୍ମୃତିସ୍ନିUା ଜେନା, କନ୍ଧମାଳ ଜିଲ୍ଲାର ଜଳେଶପଟା ଉଚ୍ଚ ବାଳିକା ବିଦ୍ୟାଳୟର ମିନାକ୍ଷୀ ମଲ୍ଲିକ ଓ ଖୋର୍ଦ୍ଧା ଜିଲ୍ଲାର ତପୋବନ ହାଇସ୍କୁଲର ଆଶିଷ କୁମାର ବାଦରା । ପରୀକ୍ଷାରେ ସଫଳତା ପାଇଥିବା ସେହିଭଳି ପ୍ରଥମ ତିନୋଟି ଶ୍ରେଷ୍ଠ ବିଦ୍ୟାଳୟ ହେଉଛନ୍ତି, ମାଲକାନଗିରି ଜିଲ୍ଲାର ସରକାରୀ(ଏସ୍‌ଏସ୍‌ଡି) ହାଇସ୍କୁଲ, ପଦ୍ମଗିରି, କନ୍ଧମାଳ ଜିଲ୍ଲାର ମାନଦାକିଆ ସରକାରୀ ଉଚ୍ଚବିଦ୍ୟାଳୟ ଓ ଖୋର୍ଦ୍ଧା ଜିଲ୍ଲାର ତପୋବନ ହାଇସ୍କୁଲ, ଖଣ୍ଡଗିରି । ମାନ୍ୟବର ମନ୍ତ୍ରୀ ଶ୍ରୀ ସାରକା ଭର୍ଚୁଆଲ୍‌ ମୋଡ୍‌ରେ ୧୮ଟି ଜିଲ୍ଲାର ୧୦୦ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର, ଶବ୍ଦକୋଷ, ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପ୍ରତ୍ୟେକ କୃତୀ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପୂର୍ବରୁ ୧ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଇଥିଲା । ଶେଷରେ ବିଭାଗୀୟ ଯୁଗ୍ମ ସଚିବ ଶ୍ରୀ ଅସିତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!