Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାଉଳ ଉଠାଣ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ପତ୍ର

by ସଞ୍ଜୟ ସ୍ୱାଇଁ
March 17, 2021
in Feature News
ଚାଉଳ ଉଠାଣ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ପତ୍ର
236
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): କେନ୍ଦ୍ରରୁ ଧାନକିଣା ବାବଦରେ ପାଇବାକୁଥିବା ପ୍ରଭିଜନାଲ ଓ ଅଗ୍ରୀମ ସବ୍‌ସିଡି ଅର୍ଥ ଠିକ୍‌ ସମୟରେ ମିଳୁ ନଥିବାରୁ ରାଜ୍ୟରେ ଧାନ ସଂଗ୍ରହ କରୁଥିବା ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଘୋର ଆର୍ଥିକ ସଙ୍କଟରେ ସମ୍ମୁଖୀନ ହୋଇଛି । ଅଦ୍ୟାବଧି ଯୋଗାଣ ନିଗମକୁ ଧାନ ସଂଗ୍ରହ ନିମନ୍ତେ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୧୯ ହଜାର କୋଟି ଟଙ୍କା ଋଣ କରିବାକୁ ପଡ଼ିଛି । ଏହି ପରିପ୍ରେକ୍ଷୀରେ ପ୍ରଭିଜନାଲ ଏବଂ ଅଗ୍ରୀମ ସବ୍‌ସିଡି ବାବଦକୁ ରାଜ୍ୟ ପାଇବାକୁ ଥିବା ୫,୬୧୬ କୋଟି ଟଙ୍କା ବକେୟା ଅର୍ଥକୁ ତୁରନ୍ତ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କୁ ପତ୍ର ଲେଖିଛନ୍ତି । ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କଷ୍ଟମ ମିଲିଂ ଚାଉଳ ଯୋଗାଣ ବାବଦରେ ଓଡ଼ିଶାରେ ୩୦ ଲକ୍ଷ ମେଟି୍ରକ୍‌ ଟନ୍‌ ବଳକା ଚାଉଳର ଆକଳନ ରହିଛି ଯାହାକି ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଚଳିତ ଖରିଫ୍‌ ବିପଣନ ଋତୁରେ ରାଜ୍ୟରୁ ଉଠାଣ କରିବାର ଆବଶ୍ୟକତା ରହିଛି । ମାତ୍ର ଭାରତୀୟ ଖାଦ୍ୟ ନିଗମ ଅଦ୍ୟାବଧି ମାତ୍ର ୬.୮୦ ଲକ୍ଷ ମେଟି୍ରକ୍‌ ଟନ୍‌ ଚାଉଳ ଉଠାଣ କରିଛି । ଚଳିତ ମାସ ନିମନ୍ତେ ଏଫ୍‌ସିଆଇ ଓଡ଼ିଶା ରିଜିଅନ୍‌ର, ରାଜ୍ୟରୁ ବହୁ କମ୍‌ ପରିମାଣର ଚାଉଳ ଉଠାଣର ବ୍ୟବସ୍ଥା ରହିଛି । ଯେଉଁ ହାରରେ ରାଜ୍ୟରୁ ଚାଉଳ ଉଠାଣ ହେଉଛି, ସେଥିରେ ଧାର୍ଯ୍ୟ କରାଯାଇଥିବା ସମୟସୀମା ମଧ୍ୟରେ ଆଶା କରାଯାଉଥିବା ଚାଉଳ ଉଠାଣ କରିବା ଅତ୍ୟନ୍ତ କଷ୍ଟକର ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପତ୍ରରେ ଉଲ୍ଲେଖ କରିଛନ୍ତି । ଠିକ୍‌ ସମୟରେ ଚାଉଳ ଉଠାଣ ନ ହେବା ଫଳରେ ରାଜ୍ୟର ଚାଉଳ ଗୋଦାମର କ୍ଷମତା ଉପରେ ଗମ୍ଭୀର ପ୍ରଭାବ ପଡ଼ିବ ଏବଂ କଷ୍ଟମ ମିଲରମାନଙ୍କ ଠାରୁ ଠିକ୍‌ ସମୟରେ ଚାଉଳ ପାଇବାରେ ବାଧା ସୃଷ୍ଟି ହେବ । ପ୍ରକାରାନ୍ତରେ ଏହା ଚଳିତ ରବି ଋତୁରେ ଏବଂ ପରବର୍ତ୍ତୀ ଖରିଫ୍‌ ଋତୁରେ ରାଜ୍ୟରେ ସୁରୁଖୁରରେ ଧାନ ସଂଗ୍ରହ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପତ୍ରରେ ଉଲ୍ଲେଖ କରିଛନ୍ତି । ତେଣୁ କେନ୍ଦ୍ର ମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଉପରୋକ୍ତ ସମସ୍ୟାର ଆଶୁ ସମାଧାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି ଯେପରି ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!