Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

by ସଞ୍ଜୟ ସ୍ୱାଇଁ
March 17, 2021
in Feature News
ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
401
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତା ଥାନା ଅଞ୍ଚଳରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୫ ମାସର ଗର୍ଭବତୀ ଥିବା ମହିଳାଙ୍କ ମୃତ୍ୟୁ ଘଟଣାରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ବାଲିଅନ୍ତା ଥାନାରେ ଏ ନେଇ ଲିଖିତ ଅଭିଯୋଗ ହୋଇଛି । ୨୦୧୯ ଡିସେମ୍ବର ମାସରେ ସୁବିର ମୁଦୁଲିଙ୍କୁ ବିବାହ କରିଥିଲେ ନୟାଗଡ଼ର ସୁଚିସ୍ମିତା ସାହୁ । ଉଭୟ ଉଚ୍ଚଶିକ୍ଷିତ ଏବଂ  ପାହଳରେ ଥିବା ଇଣ୍ଡିଆନ୍ ଅଏଲ୍ କୋପରେଟିଭ୍ ସୋସାଇଟିରେ ସ୍ୱାମୀ ସୁବିରଙ୍କ ସହ ରହୁଥିଲେ ସୁଚିସ୍ମିତା । ସୂଚନା ମୁତାବକ, ଗତକାଲି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ସୁଚିସ୍ମିତା ନିଜ ବାପାଙ୍କୁ ଫୋନ କରିଥିଲେ ଏବଂ ପୂରା ଘଟଣା ଜଣାଇଥିଲେ। ସେ ଆଉ ରହିବେ ନାହିଁ ବୋଲି ବାପାଙ୍କୁ କହିଥିଲେ । ‌ଫୋନ ରଖିବାର କିଛି ସମୟ ‌ପରେ ସୁଚିସ୍ମିତା ଘର କବାଟ ଭିତରୁ ବନ୍ଦ କରିଦେଇଥିବା ନେଇ ଶ୍ୱଶୁରଙ୍କୁ ଫୋନ କରିଥିଲେ ସ୍ୱାମୀ ସୁବିର । ପରେ ସୁଚିସ୍ମିତାଙ୍କ ବାପା-ମାଆ ନୟାଗଡରୁ ଆସି ପାହଳରେ ପହଞ୍ଚିଲା ବେଳକୁ ଝିଅର ମୃତ୍ୟୁ ହୋଇସାରିଥିଲା । ଏହି ଘଟଣା ପରେ ଝିଅକୁ ହତ୍ୟା କରାଯାଇଥିବା ନେଇ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସୁଚିସ୍ମିତାଙ୍କ ବାପା-ମାଆ । ସୁଚିସ୍ମିତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇ ମାରି ଦିଆଯାଇଥିବା କହିଛନ୍ତି ତାଙ୍କ ପରିବାର। ଅନ୍ୟ ପକ୍ଷରେ ମୃତକଙ୍କ ଜଣେ ସଂପର୍କିୟ କହିଛନ୍ତି ଯେ ସୁଚିସ୍ମିତାଙ୍କ ଶଶୁର ଘରଲୋକ ଏକ ଜମି କିଣିବା ଲାଗି ବାପଘରୁ ଟଙ୍କା ଆଣିବା ପାଇଁ ତାଙ୍କ ଉପରେ ଚାପ ପକାଇ ଥିଲେ। ଏ ନେଇ ତାଙ୍କ ଉପରେ ଅତ୍ୟାଚାର କରାଯାଉଥିବା ଅଭିଯୋଗ ହୋଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!