ରଣପୁର,(ବାଘୁଆବାର୍ତ୍ତା); ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରଣପୁର ବ୍ଲକ ବାଉଁଶଗଡ଼ ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ଆଇନଜୀବି ଦିଲ୍ଲୀପ କୁମାର ଜେନାଙ୍କୁ ରଣପୁର ବ୍ଲକ ସଭାପତି ଭାବେ ମନୋନୀତ କରା ଯାଇଥିବା ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ପ୍ରେସ ବାର୍ତ୍ତାରେ ଜଣାଇଛନ୍ତି l ନବ ନିଯୁକ୍ତ ସଭାପତି ଶ୍ରୀ ଜେନାଙ୍କ ନେତୃତ୍ୱରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏକ ସଶକ୍ତ ବିରୋଧୀ ଦଳର କାର୍ଯ୍ୟନିର୍ବାହ କରିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି l






