ନୟାଗଡ଼,(ବାଘୁଆବାର୍ତ୍ତା): ଗଣିଆ ଥାନା ଅନ୍ତର୍ଗତ ୱାଲିପୁର ଗ୍ରାମରେ ଜଣେ ଫାଇନାନ୍ସ କର୍ମାଚାରୀଙ୍କୁ ଚାନ୍ଦା ମାଗି ଆଜି ଜଣେ ଯୁବକ ଗଣିଆ ପୁଲିସ ଦ୍ୱାରା ଗିରଫ ହୋଇଛି । ସୂଚନାନୁସାରେ, ଦଶପଲ୍ଲାଠାରେ ଥିବା ସୂର୍ଯ୍ୟଦୟ ମାଇକ୍ରୋ ଫାଇନାନ୍ସ କର୍ମଚାରୀ ଭାସ୍କର ଚନ୍ଦ୍ର ରାଉତ ଆଜି ୱାଲିପୁର ଗ୍ରାମକୁ ଟଙ୍କା ଆଦାୟ ପାଇଁ ଆସିଥିଲେ । ଏହି ସମୟରେ ଉକ୍ତ ଗ୍ରାମର ପବନା ନାୟକ ତାଙ୍କ ଏକ ଛୁରୀ ଦେଖାଇ ଚାନ୍ଦା ମାଗି ଡକାୟତୀ ଉଦ୍ୟମ କରିଥିଲେ । ଏନେଇ ଭାସ୍କର ଗଣିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ପବନାଙ୍କୁ ଗିରଫ କରିଛି । ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଗଣିଆ ଥାନା ଅଧିକାରୀ ଜୟ ପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି ।






