ନୟାଗଡ଼,(ବାଘୁଆବାର୍ତ୍ତା); କାର୍ଯ୍ୟରେ ଅବହେଳା ପାଇଁ ଆଜି ବାହାଡ଼ଝୋଲା ସମବାୟ ସମତି ସମ୍ପାଦକ ବିଭୂ ପ୍ରସାଦ ନିଶଙ୍କଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ସମବାୟ ସମିତିରେ କମ୍ପ୍ୟୁଟରୀ କରଣ କରିବାରେ ସେ ଅବହେଳା କରିଥିବା କାରଣରୁ ସମବାୟ ସମିତି ପ୍ରଶାସକ ହାଡ଼ିବନ୍ଧୁ ମହାକୁଢ଼ ତାଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି । ଏନେଇ ଏଆର୍ସିଏସ୍ ଭାସ୍କର ପାଣିଗ୍ରାହୀ ସୂଚନା ଦେଇଛନ୍ତି । କିଛିଦିନ ତଳେ ସମାନ କାରଣ ପାଇଁ ଚାନ୍ଦପୁର ସମବାୟ ସମିତି ସମ୍ପାଦକ ମଧୂସୁଦନ ପ୍ରଧାନ, ବଳଭଦ୍ରପୁର ସମବାୟ ସମିତି ସମଦପାକ ହରିବନ୍ଧୁ ସାହୁଙ୍କୁ ନିଲମ୍ବନ କରାଯାଇଥିବା ମଧ୍ୟ ସୂଚନା ମିଳିଛି ।






