ଭୁବନେଶ୍ୱର,(ବାଘୁଆବାର୍ତ୍ତା); ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ୍ର ସାତପଡ଼ାଠାରୁ କୃଷ୍ଣପ୍ରସାଦ ବ୍ଲକ୍ର ଜହ୍ନିକୁଦା ମଧ୍ୟରେ ରୋରୋ ଭେସେଲ୍ ‘ଏମ୍ଭି ଭୁପେନ୍ ହଜାରିକା’ ଚଳାଚଳ କରିବା ଓ ଏହାର ମରାମତି ଓ ପରିଚାଳନା ନିମନ୍ତେ ଆଜି ଭାରତ ସରକାରଙ୍କ ଆନ୍ତରାଜ୍ୟ ଜଳପଥ କର୍ତ୍ତୃପକ୍ଷ (ଆଇ.ଡବ୍ଲୁ୍ୟ.ଏ.ଆଇ) ଏବଂ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଆଇ.ଡବ୍ଲୁ୍ୟ.ଏ.ଆଇ ପକ୍ଷରୁ ମୁଖ୍ୟଯନ୍ତ୍ରୀ ଶ୍ରୀ ରେzି ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ବନ୍ଦର ଓ ଅନ୍ତର୍ଦେଶୀୟ ଜଳପଥ ପରିବହନର ନିର୍ଦ୍ଦେଶକ ଶ୍ରୀ ରାଉଳ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ବାଣିଜ୍ୟ ଓ ପରିବହନ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ଯେ ଚିଲିକା ହେଉଛି ଭାରତର ବୃହତ୍ତମ ହ୍ରଦ ଏବଂ ଏହାର ସୀମା ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଛି । ବର୍ତ୍ତମାନ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ପୁରୀ ଜିଲ ୍ଲାର ସାତ ପଡ଼ାଠାରୁ କୃଷ୍ଣପ୍ରସାଦ ବ୍ଲକ୍ର ଜହ୍ନିକୁଦାକୁ ଭେ ସେଲ ୍ ସାହାଯ୍ୟରେ ଯାତ୍ରୀ ଓ ମୋଟରଯାନ ପରିବହନ ସେବା ଯୋଗାଇ ଦିଆଯାଉଛି । ଏହି ସେବା ଦ୍ୱାରା ଗଞ୍ଜାମରୁ ପୁରୀ ଜିଲ୍ଲା ପାଇଁ ସଡ଼କ ପଥରେ ପଡ଼ୁଥିବା ସୁଦୀର୍ଘ ଦୂରତାକୁ କମ କରାଯାଇ ପାରୁଛି । ଏହି ସେବାର ବହୁଳ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାତପଡ଼ାରୁ ଜହ୍ନିକୁଦାକୁ ରୋରୋ ଭେ ସେଲ ୍-ଏମ୍ଭି ଭୂପେନ ହ ଜାରିକା ଚଳାଚଳ କରିବ । ଏହା ଦ୍ୱାରା ଏହି ଜିଲ୍ଲାଗୁଡ଼ିକର ଜନସାଧାରଣ ବହୁ ଭାବରେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଇନ୍ଲାଣ୍ଡ ୱାଟରେୱଜ୍ ଅଥରିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଡ. ଅମିତା ପ୍ରସାଦ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ, ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଅତିରିକ୍ତ ଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ ଶ୍ରୀ ଲକ୍ଷ୍ମୀକାନ୍ତ ବେହେରା, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରିବେଶ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ ନନ୍ଦ ଏବଂ ବିଭାଗୀୟ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ପ୍ରାରମ୍ଭରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପାଢ଼ୀ ସ୍ୱାଗତ ଅଭିଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ଶେଷରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରୋରୋ ଭେସେଲ୍, ଏମ୍ଭି ଭୁପେନ୍ ହଜାରିକାରେ ଏକ ସମୟରେ ୮ଟି ଟ୍ରକ/ବସ୍ ସହ ୧୦୦ ଜଣ ଯାତ୍ରୀ ପରିବହନ ହୋଇପାରିବ ।






