Sunday, August 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଳବାୟୁର ସାଂପ୍ରତିକ ସ୍ଥିତିକୁ ନେଇ କୃଷି ଉତ୍ପାଦନରେ ବିବିଧତା ଆସିବା ଆବଶ୍ୟକ

by ସଞ୍ଜୟ ସ୍ୱାଇଁ
March 15, 2021
in Feature News
ଜଳବାୟୁର ସାଂପ୍ରତିକ ସ୍ଥିତିକୁ ନେଇ କୃଷି ଉତ୍ପାଦନରେ ବିବିଧତା ଆସିବା ଆବଶ୍ୟକ
95
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟରେ ଜଳବାୟୁର ସାଂପ୍ରତିକ ସ୍ଥିତି ଓ ଓଡ଼ିଶାର ଅବସ୍ଥିତିକୁ ନେଇ କୃଷି ଉତ୍ପାଦନରେ ବିବିଧତା ଆସିବା ଆବଶ୍ୟକ ବୋଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଟିସୁ କଲଚରର ଆଧୁନିକ ଜ୍ଞାନକୌଶଳ ଉପରେ ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି । ସେ ଏହି ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଭାବେ ଗର୍ବିତ ମନେ କରନ୍ତି ବୋଲି ପ୍ରକାଶ କରି ଏପରି କାର୍ଯ୍ୟକ୍ରମ ଦେଶର ଶିକ୍ଷା ଓ କୃଷି ଉଭୟର ଅଗ୍ରଗତି ଦିଗରେ ବିଶେଷ ସହାୟକ ହେବ ବୋଲି ଆଶା ପୋଷଣ କରିଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରୱାଲ ଏହି ବୈଠକରେ ଅଧ୍ୟକ୍ଷତା କରି କହିଥିଲେ ଯେ ଓୟୁଏଟି ସ୍ଥାପନ ହେବା ପରେ ପୂର୍ବରୁ ଦେଖାଦେଇଥିବା ଖାଦ୍ୟାଭାବ ସମସ୍ୟା ବହୁମାତ୍ରାରେ ଦୂରୀଭୂତ ହୋଇଛି । ଏବେ ଓଡ଼ିଶା ଶସ୍ୟ ଉତ୍ପାଦନରେ ଦେଶରେ ଅଗ୍ରଣୀ ଭୂମିକା ନେଇଛି ବୋଲି ସେ ଦର୍ଶାଇଥିଲେ । ସଭା ପ୍ରାରମ୍ଭରେ ପୁଷ୍ପ ଓ ଭୂପୃଷ୍ଠ ଦୃଶ୍ୟ ଉଦ୍ୟାନ ବିଭାଗର ବିଭାଗୀୟ ମୁଖ୍ୟ ତଥା ତାଲିମ କାର୍ଯ୍ୟକ୍ରମର ନୋଡାଲ ଅଫିସର ତଥା ସଂଯୋଜିକା ଡକଫର ଶଶୀକଳା ବେଉରା ୨୧ ଦିନିଆ ଏହି ତାଲିମକୁ କୋଭିଡ୍‌ ନିୟମ ଅନୁପାଳନପୂର୍ବକ କିପରି ସଫଳତାର ସହ ପରିଚାଳନା କରାଯାଇଥିଲା, ତାହା ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରୁ ୨୦ ଜଣ ଗବେଷକ, ପ୍ରଧ୍ୟାପକ ଓ ବୈଜ୍ଞାନିକମାନେ ଟିସୁ କଲଚର ଉପରେ ଅଧିକ ଜ୍ଞାନ ଆହରଣ ସକାଶେ ଏହି ତାଲିମରେ ଯୋଗଦେଇଥିଲେ । ତାଲିମ ପ୍ରଦାନ ନିମନ୍ତେ ଓୟୁଏଟି ସମେତ ଗୋବିନ୍ଦ ବଲ୍ଲଭ ପନ୍ଥ ବିଶ୍ୱବିଦ୍ୟାଳୟର ଡକଫର ଏଚ୍‌.ଏସ୍‌. ଚାୱଲା, ଆଇ.ଏ.ଆଇ.ଆର୍‌, ନୂଆଦିଲ୍ଲୀର ଡକଫର ଭି. ଚିନୁସ୍ୱାମୀ, ମେଘାଳୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଡକଫର ଭି.କେ. ଖାନ୍ନା, ସିଏଚ୍‌ଇଏସ୍‌, ଏଆଇସିଆର୍‌ପିର ଦକ୍ଷ ବୈଜ୍ଞାନିକ ଓ ପ୍ରଫେସର ପ୍ରମୁଖ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଟିସୁ କଲଚରର ବିଭିନ୍ନ କୌଶଳ ଯଥା: ମାଇକ୍ରୋପ୍ରୋପାଗେସନ୍‌, ସୋମାକ୍ଲୋନାଲ୍‌ ଭେରିଏସନ୍‌, ଆନଥର କଲଚର, ହାପଲୋଏଡ୍‌ ପ୍ରଡକସନ୍‌, କ୍ରାଇଓପି୍ରଜରଭେସନ୍‌ ସଂପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୦୯ ମସିହାରେ ସ୍ଥାପିତ ଏହି ଟିସୁ କଲଚର ପରୀକ୍ଷାଗାର ବର୍ତ୍ତମାନ ସୁଦ୍ଧା କଦଳୀ, ଆଖୁଠାରୁ ଆରମ୍ଭ କରି ଜର୍ବେରା, ଆନ୍ଥୁରିୟମ୍‌, ଅର୍କିଡ୍‌ ଭଳି ଫୁଲ ଗଛର ୧୮ ଲକ୍ଷ ଉନ୍ନତ ଚାରା ପ୍ରସ୍ତୁତ କରି କୃଷକମାନଙ୍କୁ ବିଶେଷ ଲାଭାନ୍ୱିତ କରିବାରେ ସଫଳ ହୋଇପାରିଛନ୍ତି । ଏହି ପରୀକ୍ଷାଗାରରୁ ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଆମିଟି ୟୁନିଭର୍ସିଟି, ନୂଆଦିଲ୍ଲୀ, ଏସ୍‌ଆର୍‌, ଏମ୍‌ଜିଆର୍‌, ଭାରତ ୟୁନିଭରସିଟି, ଚେନ୍ନାଇର ଗବେଷଣାରତ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ଖୁବ୍‌ ସ୍ୱଳ୍ପ ସମୟ ମଧ୍ୟରେ ପରୀକ୍ଷାଗାରରୁ ଭିନ୍ନ ଭିନ୍ନ ଶସ୍ୟର ଲକ୍ଷାଧିକ ଉନ୍ନତ ମାନର ଚାରା ପ୍ରସ୍ତୁତ କରାଯାଇପାରୁଛି । ଏହି କାର୍ଯ୍ୟକ୍ରମରେ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଡକଫର କୁମ୍ଭକର୍ଣ୍ଣ ରାଉତ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିବାବେଳେ ଡକଫର ସିଦ୍ଧାର୍ଥ କୁମାର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!