ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବାରମାସୀ ଲେନ୍ ରେ ଥିବା ଜନ ଶିକ୍ଷଣ ସଂସ୍ଥାନ ଅନୁଷ୍ଠାନ ପରିସରରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ଦାସ, ସମ୍ମାନୀତ ଅତିଥି ଭାବେ ନୟାଗଡ ରୋଟାରୀ କ୍ଲବ ସମ୍ପାଦକ ଅବିନାଶ ସାହୁ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନର ନିର୍ଦେଶକ ମନୋଜ କୁମାର ସେଠି ସଭାପତିତ୍ଵ କରିଥିଲେ । ସଂସ୍ଥାନର କାର୍ଯ୍ୟକ୍ରମ ଅଧିକାରୀ ସନ୍ଧ୍ୟାରାଣୀ ସାହୁ ଏହି ଦିବସର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ, ସହ କାର୍ଯ୍ୟକ୍ରମ ଅଧିକାରୀ ସତ୍ୟନାରାୟଣ ମହାନ୍ତି, ପ୍ରଦୀପ୍ତ ରଞ୍ଜନ ପ୍ରଧାନ, ଶୁଭେନ୍ଦ୍ର କୁମାର ଦାସ, ହୃଦୟ ରଞ୍ଜନ ନାୟକ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କମ୍ପ୍ୟୁଟର ସହକାରୀ ବିଷ୍ଣୁ ପ୍ରସାଦ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ କାର୍ଯ୍ୟକ୍ରମ ଅଧିକାରୀ ଶୁଭେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଜନ ଶିକ୍ଷଣ ସଂସ୍ଥାନର ୫୦ରୁ ଅଧିକ ତାଲିମ ନେଉଥିବା ହିତାଧିକାରୀ ମାନେ ଯୋଗଦେଇଥିଲେ | ଉପସ୍ଥିତ ଅତିଥି ମାନେ ଶିଶୁ ଶ୍ରମିକକୁ ନା କହିବା ସହିତ ପ୍ରତ୍ୟେକ ଶିଶୁକୁ ସ୍କୁଲ୍ ପଠାଇବା ଉପରେ ଆଲୋଚନା କରିଥିଲେ । ଗରିବୀ, ଅଶିକ୍ଷା ଏବଂ ସଚେତନତାର ଅଭାବ ଯୋଗୁଁ ଆଜି ଅନେକ ଶିଶୁ ନିଜର ଶୈଶବକୁ ହରାଉଛନ୍ତି। ଏହି ସମସ୍ୟାର ସମାଧାନ କେବଳ ସରକାରୀ ଆଇନ ଦ୍ୱାରା ସମ୍ଭବ ନୁହେଁ, ଏଥିପାଇଁ ଆମ ସମାଜର ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଓ ସଚେତନତା ଜରୁରୀ ବୋଲି ଉପସ୍ଥିତ ଅତିଥିମାନେ ମତ ବ୍ୟକ୍ତ କରିଥିଲେ ।






