ନୟାଗଡ଼,(ବାଘୁଆବାର୍ତ୍ତା); ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ ୨୦୨୧ ଆଜି ଉଦ୍ଘାଟିତ ହୋଇଯାଇଛି । ପଠାଣିସାମନ୍ତ ପ୍ରେକ୍ଷାଳୟଠାରେ ଆୟୋଜିତ ଏହି କୃଷି ମହୋତ୍ସବକୁ ଜିଲ୍ଲାପାଳ ଡ. ପୋମା ଟୁଡୁ ଉଦ୍ଘାଟନ କରିଛନ୍ତି । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଜୟ କୁମାର ପ୍ରଧାନଙ୍କ ପୈାରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଚନ୍ଦନ କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କୃଷି ବିଭାଗ ପକ୍ଷରୁ ୧୦ ଗୋଟି ଷ୍ଟଲ ନିର୍ମାଣ କରାଯାଇଛି । ଏଥିରେ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ପ୍ରାଣୀ ସଂପଦ ବିଭାଗ, ମତ୍ସ୍ୟ ବିଭାଗ, କୃଷି ଶିଳ୍ପ ନିଗମ, କୃଷି ଯାନ୍ତ୍ରୀକ ଉପକରଣ ବିଭାଗ, ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ଉନ୍ନୟନ ବିଭାଗ ପକ୍ଷରୁ ଷ୍ଟଲ ନିର୍ମାଣ କରାଯାଇଛି । ରାଜ୍ୟ ସରକାର ଆଜିଠାରୁ କୃଷି ଓଡ଼ିଶା କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଆରମ୍ଭ କରିଥିବା ଏହାର ସିଧା ପ୍ରସାରଣ ଜିଲ୍ଲା କୃଷି ମହୋତ୍ସବରେ ପଦର୍ଶନ କରାଯାଇଥିଲା । ଚାଷର ଉନ୍ନତୀ ଏବଂ ଚାଷୀର ଉନ୍ନତୀ, ସମନ୍ୱିତ ଚାଷ ଏବଂ କୃଷିର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଜଣାଯାଇଛି ।






