Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଲିଘାଟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ:ରାତି ଅଧରେ ଚଢ଼ାଉ:୧୪ ଅଭିଯୁକ୍ତ ଅଟକ

by ସଞ୍ଜୟ ସ୍ୱାଇଁ
May 14, 2026
in Nayagarh
ବାଲିଘାଟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ:ରାତି ଅଧରେ ଚଢ଼ାଉ:୧୪ ଅଭିଯୁକ୍ତ ଅଟକ
521
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆ ବାର୍ତ୍ତା): ଓଡ଼ଗାଁର ଅଜୟ କୁମାର ସାହୁଙ୍କୁ ମାଙ୍କଡ଼ା ପଥର ମାଫିଆ ମାନେ ବିଭତ୍ସ ଭାବେ ହତ୍ୟା କରିବା ପରେ ଚେଇଁ ଉଠିଛି ଜିଲ୍ଲା ପ୍ରଶାସନ। ରାତି ଅଧରେ ବିଭିନ୍ନ ସ୍ଥାନରେ ବେଆଇନ୍ ବାଲିଘାଟ ଓ ପଥରେ ଖଣି ଗୁଡିକରେ ଚଢ଼ାଉ କରାଯାଉଥିବା ଜଣାପଡ଼ିଛି। ତେବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଓ ଜିଲ୍ଲା ପୁଲିସ ଆରକ୍ଷୀ ଅଧୀକ୍ଷକ ଏସ୍  ସୁଶ୍ରୀଙ୍କ ଅଧକ୍ଷତାରେ  ଫତେଗଡ଼ ଥାନା ଅନ୍ତର୍ଗତ ମାଧପୁର ଓ ପଥରଚକଡ଼ା ବାଲିଖଣି ଅଞ୍ଚଳରେ ଅବୈଧ ବାଲି ଉତ୍ତୋଳନ ଓ ପରିବହନ ବିରୋଧରେ ଏକ ମିଳିତ ଚଢ଼ାଉ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଅବୈଧ ବାଲି ଉତ୍ତୋଳନ ଓ ପରିବହନରେ ଲିପ୍ତ ଥିବା ୪ଟି ହାଇୱା, ୨ଟି ଟ୍ରାକ୍ଟର ଓ ୫ଟି ପ୍ରୋକ୍ଲେନ୍ ମେସିନ୍ ସହିତ ୩ଟି ମୋଟର ସାଇକେଲ ଜବତ କରାଯାଇଛି।

ସେହିପରି ଘଟଣାସ୍ଥଳରୁ ୧୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ଫତେଗଡ଼ ଥାନାରେ ପଚରାଉଚରା ଚାଲିଛି। ଅଟକ ରଖାଯାଇଥିବା ବ୍ୟକ୍ତି ମାନେ ହେଲେ ସିଧାମୂଳା ଗ୍ରାମର କବିନ୍ଦ୍ର ମନ୍ତ୍ରୀ(୩୬), ସୁଆଗିନାଳ ଗ୍ରାମର  ମାଧବ ଖଣ୍ଡେଲକେଲ(୧୮), ଗଣିଆ ଛାମୁଣ୍ଡିଆର ଆରତ ଚରଣ ଦଳେଇ(୪୩), ବାଲୁଗାଁ ଜୟମଙ୍ଗଳ ଗ୍ରାମର ସୁରେଶ ସେଠୀ, ରାଜା ଗୁରୁ(୨୦), ଫତେଗଡ ପଥରଚକଡ଼ା ଗ୍ରାମର  ଜୟନ୍ତ ପ୍ରଧାନ(୫୦), ବାବୁଲି ଡାଳୁଆ (୫୪), ରାକମା ଗ୍ରାମର ତ୍ରିନାଥ ବାରିକ(୫୦), ଅଜୟ ନାଏକ (୪୨), ମେଳଚ୍ଛ ନାଏକ(୭୦), କରଡାପଲ୍ଲୀ ଗ୍ରାମର ଶ୍ୟାମସୁନ୍ଦର ସାହୁ (୩୮), ସେହିପରି ଖୋର୍ଦ୍ଧା ଜିଲ୍ଲା ଭେଟେସ୍ୱର ଗ୍ରାମର କାଳୁ ନାଏକ(୨୫), ପିଚୁକୁଳି ଗ୍ରାମର ଦୀପକ କୁମାର ମାଝୀ (୨୫) ଓ ଚମ୍ପାଇଲୋ ଗ୍ରାମର ଅମିତ ପରିଡ଼ା(୨୧) । ସେହିଭଳି ଭାବରେ ବାଲି ଘାଟ ଅଞ୍ଚଳ ବାହାରେ ଦୁଇ ଗୋଟି ଅବୈଧ ଭାବେ ଗଚ୍ଛିତ ଥିବା ବାଲିକୁ ଜବତ କରାଯାଇଛି।

ଉକ୍ତ ବାଲିକୁ ନିୟମ ଅନୁଯାଇ ନିଲାମ କରିବା ସହିତ ଜବତ ଗାଡି ଗୁଡିକଠାରୁ ଜୋରିମାନା ଆଦାୟ ଓ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଖଣି ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଅଛି। ଚଢ଼ାଉ ସମୟରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁ, ଦଶପଲ୍ଲା ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ ଓ ଫତେଗଡ଼ ଥାନା ଅଧିକାରୀ ସାମିଲ ହୋଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ, ଅବୈଧ ଲଘୁ ଖଣିଜ ଉତ୍ତୋଳନ ଓ ପରିବହନ ବିରୋଧରେ ଏପରି ଚଢ଼ାଉ ଆଗାମୀ ଦିନରେ ନିୟମିତ ଭାବେ ଜାରି ରହିବ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!