Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’: ମଣିଷ ଓ ପରିବେଶର ନିଚ୍ଛକ ଚିତ୍ର ପ୍ରଦର୍ଶିତ

by ସଞ୍ଜୟ ସ୍ୱାଇଁ
May 10, 2026
in Nayagarh
ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’: ମଣିଷ ଓ ପରିବେଶର ନିଚ୍ଛକ ଚିତ୍ର ପ୍ରଦର୍ଶିତ
33
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ‘ମଞ୍ଚାୟନ ନାଟକ ମହୋତ୍ସବ-୨୦୨୬’ର ପ୍ରଥମ ସନ୍ଧ୍ୟାରେ ଭୁବନେଶ୍ୱରର ଅଗ୍ରଣୀ ନାଟ୍ୟ ସଂସ୍ଥା ‘ବାଗଦେବୀ ଲିଟେରେଚର ଟ୍ରଷ୍ଟ’ ପକ୍ଷରୁ ନାଟକ ‘ଓଡ଼ଶ’ ମଞ୍ଚସ୍ଥ ହୋଇଯାଇଛି। ମେ’ ୯ ତାରିଖ ସନ୍ଧ୍ୟାରେ ପରିବେଷିତ ଏହି ନାଟକଟି ସମାଜର ବିଭିନ୍ନ ଦିଗ ଓ ମଣିଷର ଚରିତ୍ରକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଉପସ୍ଥାପନ କରି ଦର୍ଶକଙ୍କ ମନ ଜିଣିପାରିଛି। ନାଟକଟିର ମୂଳ ଭାବଧାରା ‘ପୃଥିବୀରେ ସମସ୍ତଙ୍କର କିଛି ନା କିଛି ଭୂମିକା ରହିଛି’ ଉପରେ ଆଧାରିତ। ଛୋଟ ହେଲେ ମଧ୍ୟ ଓଡ଼ଶର ଜୀବନ ଅଛି, ସେ ମଣିଷ ପରି ଖାଏ, ବୁଲେ ଏବଂ ତା’ର ମଧ୍ୟ ସଂସାର ଅଛି। ନାଟକରେ ଓଡ଼ଶ ଓ ମଣିଷ ମଧ୍ୟରେ ଥିବା ତୁଳନାତ୍ମକ ଚିତ୍ରକୁ ଅତି ନିଖୁଣ ଭାବେ ଦର୍ଶାଯାଇଛି। ମଣିଷର ରକ୍ତ ଶୋଷି ଓଡ଼ଶ ପେଟ ପୁରାଇଥାଏ, କିନ୍ତୁ ପେଟ ପୁରିଗଲେ ସେ ଆଉ କାହାରି କ୍ଷତି କରେ ନାହିଁ। ଅପରପକ୍ଷରେ, ମଣିଷର ଅହରହ ଭୋକ—ଖାଦ୍ୟ, ସମ୍ମାନ ଏବଂ ଅହଂକାରର ବଶବର୍ତ୍ତୀ ହୋଇ  ସେ କିଭଳି ନିଜକୁ ଗଢ଼ିଥାଏ, ତାହା ଏହି ନାଟକର ମୁଖ୍ୟ ଆକର୍ଷଣ ଥିଲା। ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଦ୍ୱାରା ରଚିତ ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ପବିତ୍ର ମହାନ୍ତି। ମଞ୍ଚରେ ଡ. ମମତା ତ୍ରିପାଠୀ, ଦୀପାଞ୍ଜଳି ମହାନ୍ତି, ପବିତ୍ର ମହାନ୍ତି, ସୁନୀଲ ପଟ୍ଟନାୟକ, ରାକେଶ ମହାନ୍ତି, ସୁନୀଲ ନାୟକ ଓ ସନ୍ତୋଷ ରାଉଳ ପ୍ରମୁଖ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରିଥିଲେ। ନାଟକର ସଙ୍ଗୀତ ନିର୍ଦ୍ଦେଶନା ପ୍ରତାପ ରାଉତ ଦେଇଥିବା ବେଳେ ଆଲୋକ ସମ୍ପାଦନା ଅଜିତ ବିଶ୍ୱାଳ କରିଥିଲେ। ସେହିପରି ରୂପସଜ୍ଜା ଓ ପୋଷାକରେ ‘ମାମା ଚିତ୍ରାଳୟ’ ଏବଂ ମଞ୍ଚ ସଜ୍ଜାରେ ‘ତ୍ରିମୂର୍ତ୍ତି’ ଗ୍ରୁପ୍ ସହଯୋଗ କରିଥିଲେ। ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଇଂ ଦୁଷ୍ମନ୍ତ ସ୍ୱାଇଁ  ଯୋଗଦାନ କରି ନାଟକକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ। ଅନୁଷ୍ଠାନର ସଭାପତି ନିରଞ୍ଜନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ନାଟକର ରଚୟିତା ଶରତ ଆଚାର୍ଯ୍ୟ, ଉପ ସଭାପତି ସୁରେନ୍ଦ୍ର ସାହୁ, ସଂଯୋଜକ କାମାକ୍ଷା ପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ଥିବା ବେଳେ କବି ଗୋପୀନାଥ ସେଠି ମଞ୍ଚ ପରିଚାଳନା କରିଥିଲେ। ନୟାଗଡ଼ର ଶତାଧିକ ନାଟ୍ୟପ୍ରେମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନାଟକଟିକୁ ଉପଭୋଗ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!