Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬ :ଖଣ୍ଡପଡାକୁ ହରାଇ ଶରଣକୁଳ ଚମ୍ପିଆନ୍

by ସଞ୍ଜୟ ସ୍ୱାଇଁ
May 9, 2026
in Nayagarh, Sports
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬ :ଖଣ୍ଡପଡାକୁ ହରାଇ ଶରଣକୁଳ ଚମ୍ପିଆନ୍
66
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ଏବଂ ଜିଲ୍ଲା ଆଥଲେଟିକ୍ ଆସୋସିଏସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଖେଳ ପଡିଆରେ ଚାଲିଥିବା ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳରେ ଶରଣକୁଳ ଏଫ.ସି ଖଣ୍ଡପଡାକୁ ୨-୦ ଗୋଲରେ ହରାଇ ଚମ୍ପିଆନ ହୋଇଛି । ଖେଳର ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ ଦେଇ ପାରି ନଥିବାବେଳେ ଦ୍ୱିତୀୟାର୍ଦ୍ଧରେ ସରଣକୁଳ ଦୁଇଟିଯାକ ଗୋଲ ଦେଇ ଦଳକୁ ବିଜୟୀ କରିଥିଲା ଫାଇନାଲ ଖେଳକୁ ମୁଖ୍ୟ ରେଫରୀ ଭାବେ ପ୍ରକାଶ ବିଶ୍ବାଳ ପରିଚାଳନା କରିଥିବାବେଳେ ସହଯୋଗୀ ରେଫରି ଭାବ ସୁବାସ ଚନ୍ଦ୍ର ବେହେରା, ବିଶ୍ୱଜିତ୍ ମହାପାତ୍ର ଯୋଗଦେଇଥିଲେ। ଟୁର୍ଣ୍ଣାମେଣ୍ଟରେ ମୂଖ୍ୟ ଅତିଥି ଭାବେ ଖଣ୍ଡପଡାର ବିଧାୟକ ଦୁଷ୍ମନ୍ତ କୁମାର୍ ସ୍ଵାଇଁ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବାସହ ଉଭୟ ଚାମ୍ପିୟନ୍ ସରଣକୁଳ ଏଫ.ସି ଏବଂ ରନର୍ଶ ଅପ୍ ଖଣ୍ଡପଡା ଟିମକୁ କପ୍ ପ୍ରଦାନ କରିଥିଲେ । ଏହି ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ । ଜିଲ୍ଲା ଆଥେଲେଟିକ ଆସୋସିଏସନର ସଭାପତି ତଥା ଜିଲ୍ଲାପା ମଧୁମିତା ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କ୍ରୀଡ଼ା ଭିତ୍ତିକ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ୍ ପଟ୍ଟନାୟକ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦର୍, ଡିଏସଓ ସୁଜାତା ସାହୁ ପ୍ରମୁଖ ଯୋଗଦେଇଥିଲେ। ସିଏମ୍ ଟ୍ରଫିର ଅନ୍ୟ ଇଭେଣ୍ଟ ଖୋଖୋ, କବାଡ଼ି, ଭଳିବଲ୍ ଆଦି ଖେଳର ବିଜେତା ମାନଙ୍କୁ ମଧ୍ୟ ପୁରସ୍କୃତ ମଞ୍ଚାସିନ ଅତିଥି ମାନେ କରିଥିଲେ। ଧାରାବିବରଣୀ ପ୍ରଦାନରେ ବରିଷ୍ଠ ସାମ୍ୱାଦିକ ଶ୍ରୀଯୁକ୍ତ ରଥ ରହିଥିବାବେଳେ ମ୍ୟାଚ୍ କମିଶନର ଭାବେ କମରୁଦ୍ଦିନ ଖାଁ ରହିଥିଲେ। ଏହି ଆନ୍ତଃ କ୍ଲବ୍ ଏବଂ ଆନ୍ତଃ ଜିଲ୍ଳା ସିଏମ୍ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟକୁ ସଂମ୍ପାଦକ ଅଶେଷ କୁମାର ଦାଶ, ଉପ ସଭାପତି ଭବାନୀଶଙ୍କର ଦାସ, ପ୍ରଶାନ୍ତ କୁମାର ବେହେରା, ନିଶିକାନ୍ତ ମହାନ୍ତି, ବିରଂଚି ବେହେରା ପ୍ରମୁଖ ଖେଳକୁ ଆଗେଇ ନେଇଥିବା ବେଳେ ଚୟନ କମିଟି ଅଧକ୍ଷ ତଥା ଅବସରପ୍ରାପ୍ତ ଡିଏସଓ ଆଲୋକ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!