Monday, May 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଲ୍ୟ ବିବାହ ନିଷେଧ ସମ୍ବନ୍ଧୀୟ ସଚେତନତା ରାଲି

by ସଞ୍ଜୟ ସ୍ୱାଇଁ
May 9, 2026
in Nayagarh
ବାଲ୍ୟ ବିବାହ ନିଷେଧ ସମ୍ବନ୍ଧୀୟ ସଚେତନତା ରାଲି
25
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ବାଲ୍ୟ ବିବାହ ନିଷେଧ ସମ୍ବନ୍ଧୀୟ ସଚେତନତା ରାଲି ନୟାଗଡ଼ ବ୍ଲକର କ୍ରୀଦାଶପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ଯେମାଦେଇପୁର ଛକ ପର୍ଯ୍ୟନ୍ତ ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବାଲ୍ୟ ବିବାହର କୁପ୍ରଭାବ ସମ୍ବନ୍ଧରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଶିଶୁ ଅଧିକାର ସୁରକ୍ଷା ପ୍ରତି ସମାଜକୁ ସଜାଗ କରିବା ପାଇଁ ବାର୍ତ୍ତା ମାଧ୍ୟମରେ ସଚେତନତା କରାଯାଇଛି। ଉକ୍ତ ସଚେତନତା ମୂଳକ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ପି.ଓ.-କମ୍-ପି.ଓ. ସଞ୍ଜୁଲତା ପରିଗ୍ରାହୀ, ମହିଳା ସଶକ୍ତିକରଣ ର ଜିଲ୍ଲା ସଂଯୋଜକ ସୌମ୍ୟ ରଞ୍ଜନ ଦାଶ, ବିଶ୍ୱପାର୍ଥବୀ, ଆଇ.ଟି. ଆସିଷ୍ଟାଣ୍ଟ ସୂର୍ଯ୍ୟକାନ୍ତ ସାହୁ, ଆଇସିଡିଏସ ସୁପରଭାଇଜର ଜ୍ୟୋତିମୟୀ ସାହୁ, ଉଚ୍ଚ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ, ପିଆରଆଇ ସଦସ୍ୟମାନେ, ଅଙ୍ଗନୱାଡି କର୍ମୀ ଏବଂ ପ୍ରାୟ ୩୦ ରୁ ଅଧିକ କିଶୋରୀ ବାଳିକା ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସମସ୍ତଙ୍କ ସକ୍ରିୟ ସହଯୋଗ ଓ ସମନ୍ୱୟରେ କାର୍ଯ୍ୟକ୍ରମଟି ଅତ୍ୟନ୍ତ ଶୃଙ୍ଖଳିତ, ସଫଳ ଓ ପ୍ରଭାବଶାଳୀ ଭାବରେ ସମ୍ପନ୍ନ ହୋଇଥିଲା। ଉକ୍ତ ରାଲି ମାଧ୍ୟମରେ ବାଳ୍ୟ ବିବାହ ରୋକ ପାଇଁ ସମାଜରେ ଏକ ସକାରାତ୍ମକ ସନ୍ଦେଶ ପ୍ରସାରିତ ହୋଇଥିଲା ।

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026
ମିଥ୍ୟା ମାମଲା କରି ଗଣମାଧ୍ୟମ କଂଣ୍ଠରୋଧ ଉଦ୍ୟମ:ନ୍ୟାୟ ପାଇଁ ଏସ୍‌ପିଙ୍କୁ ଦାବି ଜଣାଇଲେ ସାମ୍ବାଦିକ

ମିଥ୍ୟା ମାମଲା କରି ଗଣମାଧ୍ୟମ କଂଣ୍ଠରୋଧ ଉଦ୍ୟମ:ନ୍ୟାୟ ପାଇଁ ଏସ୍‌ପିଙ୍କୁ ଦାବି ଜଣାଇଲେ ସାମ୍ବାଦିକ

May 21, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!