Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

by ସଞ୍ଜୟ ସ୍ୱାଇଁ
May 2, 2026
in Nayagarh
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ
97
VIEWS
Share on FacebookShare on Twitter

 ନୟାଗଡ଼, (ବାଘୁଆବାର୍ତ୍ତା):ସରକାର ସବୁ ବର୍ଗକୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସନ୍ତୁଷ୍ଟ କରୁଥିବା ବେଳେ ଏମିତି ଏକ ବର୍ଗ ରହିଛି ଯେକି ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସାମ୍ବାଦିକ ମାନଙ୍କ କଥା ଭୁଲି ଯାଇଛନ୍ତି। ଓଡ଼ିଶାର ସାମ୍ବାଦିକ ମାନେ ଅନେକ ଦିନ ହେଲା ପେନସନ, ପ୍ରୋଟେକ୍ସନ ଓ ଆକ୍ରିଟ୍ରିଏସନ ଦାବି କରି ଆସୁଛନ୍ତି। ଅନେକ ରାଜ୍ୟରେ ସାମ୍ବାଦିକ ମାନେ ଏହି ସୁବିଧା ପାଉଛନ୍ତି। କିନ୍ତୁ ଓଡିଶା ସରକାର ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କ୍ଷମତା କୁ ଆସିଲା ପରେ ଟାଲ ଟୁଳ ନୀତି ଅବଲମ୍ବନ କରି ସାମ୍ବାଦିକ ମାନଙ୍କୁ ଦବା, କରିବା ଓ ବିଚରାଧୀନ ଅଛି କହି ପ୍ରତାରଣା କରି ଚାଲିଛନ୍ତି। ଯାହାକୁ ନେଇ  ଟ୍ରେଡ଼ ୟୁନିଅନ ଭାବେ ପଞ୍ଜିକୃତ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଉଦବେଗ ପ୍ରକାଶ କରିଥିଲେ। ସମସ୍ଥ କର୍ମକର୍ତ୍ତା କଣ ନିଷ୍ପତି ଅନୁଯାୟୀ ସାରା ରାଜ୍ୟ ତିରିଶ ଜିଲ୍ଲା ର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କଳା ଭ୍ୟାଚ ପରିଧାନ କରି ସରକାର ଙ୍କ ପ୍ରତାରଣା ପ୍ରତିବାଦ ରେ ଶ୍ରମିକ ଦିବସରେ ଧାରଣା ଶହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ତିନି ଦଫା ଦାବି ସମ୍ବଳିତ ଏକ ମେମୋରାଣ୍ଡମ ପ୍ରଦାନ କରାଯାଇଥିବା ବେଳେ ନୟାଗଡ଼  ଜିଲ୍ଲା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସେଥିରୁ ବାଦ ପଡିନି। ନୟାଗଡ଼ ଜିଲ୍ଲା ସଭାପତି ତଥା ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସମ୍ପାଦକ ଆଚାର୍ଯ୍ୟ ବିଶ୍ୱରଂଜନଙ୍କ ନେତୃତ୍ୱରେ ନୟାଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଜିଲ୍ଲାର ସମସ୍ତ ସଦସ୍ୟ ମୁଣ୍ଡରେ କଳାପଟି ଭିଡି ପ୍ରତିବାଦ କରିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ତିନି ଦଫା ଦାବି ସମ୍ବଳିତ ଦାବିପତ୍ର ନୟାଗଡ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ରୋଜାଲିନ ଦାସ ଙ୍କୁ ପ୍ରଦାନ କରିଥିଲେ। ଏହି ପ୍ରତିବାଦ ରେ ଉପଦେଷ୍ଟା ସଞ୍ଜୟ ସ୍ୱାଇଁ, ସମ୍ପାଦକ ପ୍ରଶାନ୍ତ ଯେନା, ରାଜ୍ୟ କାର୍ଯ୍ୟ ନିର୍ବାହୀ ସଦସ୍ୟ ଆଲୋକ ସେନାପତି, ବ୍ରଜ ରଣସିଂହ, ଗୋପାଳ ବିଶ୍ୱାଳ, ବିରଞ୍ଚି ନାୟକ, ଦିନମଣି ମହାନ୍ତି, କ୍ଷୀରୋଦ ପଟ୍ଟନାୟକ ସହ ସମସ୍ତ ବ୍ଲକ ପ୍ରତିନିଧି ଯୋଗ ଦେଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!