Wednesday, April 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

by ସଞ୍ଜୟ ସ୍ୱାଇଁ
April 29, 2026
in State
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ
3
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଅଗ୍ରଣୀ ସାଂସ୍କୃତିକ ବହୁମୁଖୀ ପ୍ରତିଷ୍ଠାନ “ଜାତୀୟ ସଙ୍ଗୀତ କଳାକେନ୍ଦ୍ର” ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ମହା ସମାରୋହରେ ପାଳିତ ହୋଇଯାଇଛି। ବରିଷ୍ଠ କଣ୍ଠଶିଳ୍ପୀ ଆଶୁତୋଷ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତି ସଭାରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ତଥା ବରିଷ୍ଠ ସାରସ୍ୱତ ସାଧକ ସୁବାସ ଚନ୍ଦ୍ର ସାହୁ ରୋଶନ୍ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବା ସହ ଦୂରଦ୍ରଷ୍ଟା ଉତ୍କଳ ଗୌରବ ମଧୁସୂଦନ ଦାସ ଏ ଜାତିର ଜନୈକ କର୍ଣ୍ଣଧାର ଥିଲେ ବୋଲି ମନ୍ତବ୍ୟ ଦେବା ସହ ଆମେ ଆମ ଜାତୀୟତାବୋଧକୁ ଯେତିକି ଜାବୁଡି ଧରିବାରେ ସଫଳକାମୀ ହେବା, ସେତିକିମାତ୍ରାରେ ଆମ ଜାତିର ପ୍ରଗତି ଓ ସମୃଦ୍ଧି ବିକଶିତ ହେବ ବୋଲି ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଉଦବୋଧନ ଦେଇଥିଲେ। କଳାକେନ୍ଦ୍ର ସମ୍ପାଦକ ସ୍ଵରଗୌରବ କୃଷ୍ଣ ପ୍ରସାଦ ସାବତ ସ୍ୱାଗତ ଭାଷଣ କ୍ରମରେ ଉତ୍କଳ ଗୌରବଙ୍କ କୃତରାଜିର ସିଂହାବଲୋକନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ‘ବନ୍ଦେ ଉତ୍କଳ ଜନନୀ’ କଳାକେନ୍ଦ୍ର ଛାତ୍ରୀମାନେ ଗାନ କରିଥିଲେ। ସର୍ବଶ୍ରୀ ଲଷ୍ମୀ ନାରାୟଣ ଆଚାରୀ, ନିତ୍ୟାନନ୍ଦ ପାଢ଼ୀ, କିରଣ କୁମାର ମହାନ୍ତି, ଅରୁଣ କୁମାର ସାହୁ, ଅନିଲ ପାଢ଼ୀ, ଅନୁରାଧା ମହାପାତ୍ର, ଉମାମଣି ସାବତ, ଗାୟତ୍ରୀ ନାୟକ ପ୍ରମୁଖ ଏହି ଅବସରରେ ଉତ୍କଳ ଗୌରବଙ୍କ ସ୍ମୃତି ଚାରଣ କରିଥିଲେ। ପରିଶେଷରେ ବରିଷ୍ଠ କଳାକାର ମହେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026
ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

April 29, 2026
ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

April 29, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!