ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତରେ ଅନୁଷ୍ଟିତ ଏହି ବୈଠକରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେକେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ନୟାଗଡ଼ ବିଡ଼ିଓ ଐଶ୍ୱର୍ଯ୍ୟା ଭୂୟାଁ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେନ୍ଦ୍ର ନାଥ ମିଶ୍ର ଓ ସମସ୍ତ ବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ । ବୈଠକରେ ପୂର୍ବ ବୈଠକର ବିବରଣୀ ପାଠ କରାଜାଇଥିଲା ।

ମୁଖ୍ୟତ ପାନୀୟ ଜଳ ବିଭାଗ, ବନ ବିଭାଗ, ସ୍ବାସ୍ଥ୍ଯ ବିଭାଗ, ଶିକ୍ଷା ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ ଓ ମିଶନ ଶକ୍ତି ବିଭାଗ ସମେତ ଅନ୍ୟ ସମସ୍ତ ବିଭାଗର ସମୀକ୍ଷା କରାଯାଇଥିଲା । ମୁଖ୍ୟତଃ ପାନୀୟ ଜଳ, ବନ ବିଭାଗ ଓ ଶିକ୍ଷା ବିଭାଗର ସମସ୍ୟାକୁ ନେଇ ଜନ ପ୍ରତିନିଧି ମାନେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ସମସ୍ତ ବିଭାଗର ଅଧିକାରୀ ମାନେ ବୈଠକରେ ଉପସ୍ଥିତ ରହୁ ନ ଧିବାରୁ, ସେମାନଙ୍କ କର୍ମଚାରୀ ମାନେ ସଠିକ ତଥ୍ୟ ଦେଇ ପାରି ନଥିଲେ । ଫଳରେ ଜନ ପ୍ରତିନିଧି ମାନେ କ୍ଷଭୋ ପ୍ରକାଶ କରିଥିଲେ । ସେହିପରି ଯୋଗ୍ୟ ହିତାଧିକାରୀ ଆବାସ ଓ ରାସନ ପାଇପାରୁ ନ ଥିବାରୁ ବିଧାୟକ ଉଦବେଗ ପ୍ରକାଶ କରିବା ସହ ଅଧିକାରୀ ଦୃଷ୍ଟି ଦେବାକୁ ବିଧାୟକ ପରାମର୍ଶ ଦେଇଥିଲେ । ସ୍ଵାସ୍ଥ୍ୟ ସେବା କ୍ଷତ୍ରରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଛି । ତାହାର ସମାଧାନ ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ସମସ୍ତ ବିଭାଗର ଅଧିକାରୀ ମାନେ ସଠିକ ଭାବେ କାର୍ଯ୍ୟ କରିବାକୁ ନୟାଗଡ଼ ବିଧାୟକ ଡ଼ ସାହୁ ପରାମର୍ଶ ଦେଇଥିବା ସୂଚନା ମିଳିଛି।






