ନୟାଗଡ଼,(ବାଘୁଆବାର୍ତ୍ତା); ଚାହାଳୀ ପଞ୍ଚାୟତ ଡାଳିଆମଡ଼ା ଗ୍ରାମରେ ରହିଥିବା ବିଦ୍ୟାଳୟ ନିକଟରେ ଶ୍ରୀ ଶ୍ରୀ ଅନନ୍ତ ବାସୁଦେବଙ୍କ ୪୬ ଡିସିମିଲି ଦେବତ୍ତୋର ଜମିଳଙ୍କ ଡାଳିଆମଡ଼ା ବିଦ୍ୟାଳୟ ଖେଳପଡ଼ିଆ ପାଇଁ ଦେବା ଦାବିରେ ଆଜି ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଜମିକୁ ପାଖ ନୂଆରାଇପୁର ଗ୍ରାମର କିଛି ମୁଷ୍ଟିମେୟ ଲୋକ ଅକ୍ତିଆର କରି ହାତେଇବା ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି । ଗ୍ରାମର ଶତାଧିକ ଲୋକ ଏବଂ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜମିକୁ ବିଦ୍ୟାଳୟ ଖେଳପଡ଼ିଆ ପାଇଁ ଲିଜ୍ କିମ୍ବା ବିକ୍ରି ସୂତ୍ରରେ ଦେବାକୁ ଦାବି ଉଠାଇଛନ୍ତି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଦାବିପତ୍ର ଗ୍ରହଣ କରିଥିବା ଜଣାଯାଇଛି ।





