ନୟାଗଡ଼, (ବାଘୁଆବାର୍ତ୍ତା):ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ମଧୁସ୍ମିତା ରଥ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ସମ୍ମାନିତ ଅତିଥି ଭାବରେ ଡ଼. ସୁଶାନ୍ତ କୁମାର ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ, ଡ଼. ବନମାଳୀ ପ୍ରଧାନ ADPHO, (VBD), ଡିପିଏମ୍, ପ୍ରକାଶ ବାନାର୍ଜୀ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ, ଏବଂ ଅଗ୍ରଦୂତ ନର୍ସିଂ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଏହି ଅବସରରେ ଉକ୍ତ ବୈଠକରେ ମ୍ୟାଲେରିଆ ରୋଗ ବିଷୟରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ୨୦୧୬ ବର୍ଷ ଏହି ରୋଗର ପ୍ରକୋପ ଖୁବ ଅଧିକ ଥିଲା । ଜିଲ୍ଲାରେ LLIN ମଶାରୀର ବଣ୍ଟନ, ବର୍ଷକୁ ଦୁଇଥର ଦୁର୍ଗମ ଅଞ୍ଚଳରେ ଦମନ କାର୍ଯ୍ୟକ୍ରମ ଫଳରେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ API, ୧ ରୁ କମ୍ ଅଛି । ଜିଲ୍ଲାର 970 ଜଣ ଆଶାକର୍ମୀ ଘରକୁ ଘର ବୁଲି RDT ମାଧ୍ୟମରେ ଜ୍ୱର ରୋଗୀଙ୍କ ରକ୍ତ ପରୀକ୍ଷା ସହ ମଶାରୀ ବ୍ୟବହାର ବିଷୟରେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି । 2026 ବର୍ଷର ବିଶ୍ୱ ମ୍ୟାଲେରିଆ ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଲା ମ୍ୟାଲେରିଆ କୁ ଶେଷ କରିବା ପାଇଁ ସଂକଳ୍ପବଦ୍ଧ,”ଏବେ ଆମେ କରି ପାରିବା ଏବଂ ଏବେ ଆମକୁ କରିବାକୁ ହେବ ।” ସମସ୍ତଙ୍କ ମିଳିତ ପ୍ରୟାସରେ ମ୍ୟାଲେରିଆ କୁ ଦମନ କରିପାରିବା ବୋଲି ଅତିଥି ମାନେ ଆଲୋକପାତ କରୁଥିଲେ।






