Friday, April 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

by ସଞ୍ଜୟ ସ୍ୱାଇଁ
April 24, 2026
in Nayagarh
ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
7
VIEWS
Share on FacebookShare on Twitter

  ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଥିବା ତାଲୁକ ଆଇନ ସେବା କମିଟି ମାନଙ୍କର ତତ୍ୱାବଧାନରେ ଆସନ୍ତା ୯ତାରିଖ(ଶନିବାର) ଦିନ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ଲୋକ ଅଦାଲତକୁ  ଜାତୀୟ ଆଇନ ସେବା ପ୍ରାଧିକରଣ (ଦିଲ୍ଲୀ) ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ (କଟକ)ଙ୍କ ନିର୍ଦେଶମତେ ଆୟୋଜନ କରାଯାଉଅଛି । ଏହି ଲୋକ ଅଦାଲତରେ ଦାଖଲ ହୋଇଥିବା ପ୍ରି-ଲିଟିଗେସନ ମାମଲା ମାନଙ୍କୁ ସଂମ୍ମତିଭିତିକ ଭାବରେ ସମାଧାନ କରାଯାଇପାରିବ । ଏତତ ବ୍ୟତୀତ ବିଦ୍ୟୁତ ବିଲ, ବ୍ୟାଙ୍କ ଋଣ ଆଦାୟ, ମୋଟର ଦୁର୍ଘଟଣା ଦାବି ମାମଲା, ବିବାହ ଜନିତ ବିବାଦ, ଚେକ ବାଉନ୍ସ ମାମଲା, ଶ୍ରମ ବିବାଦ, ରାଜସ୍ୱ ମାମଲା ସହିତ ଅନ୍ୟାନ୍ୟ ବିଭିନ୍ନ ପ୍ରକାରର ସଂମ୍ମତି ଯୋଗ୍ୟ ମାମଲା ମାନଙ୍କୁ ଶୀଘ୍ର, ସହଜ ଓ ନିଶୁଳ୍କ ଭାବେ ସମାଧାନ କରାଯାଇପାରିବ । ଲୋକ ଅଦାଲତରେ ମାମଲା ନିର୍ଣ୍ଣୟ ହେଲେ ଅପିଲ ଶୁଳ୍କ ନାହି ଓ କୋର୍ଟ ଫି ଫେରସ୍ତ ପାଇବାର ବ୍ୟବସ୍ଥା ରହିଛି । ଏହାଦ୍ୱାରା ସମୟ ଓ ଧନର ସଞ୍ଚୟ ସହିତ ଦୁଇପକ୍ଷଙ୍କ ସଂମ୍ମତିରେ ବିବାଦର ସମାଧାନ ସମ୍ଭବ ହୁଏ । ସାଧାରଣ ଜନସାଧରଣ ଙ୍କୁ ଅନୁରୋଧ କରାଯାଉଛି ଯେ, ଯେକୌଣସି ଚାଲୁଥିବା କିମ୍ବା ପ୍ରି-ଲିଟିଗେଶନ ମାମଲା କୁ ଜାତୀୟ ଲୋକ ଅଦାଲତରେ ସମାଧାନ କରିବା ପାଇଁ ସମ୍ବଦ୍ଧିତ ଅଦାଲତ କିମ୍ବା ଡିଏଲଏସଏ/ଟିଏଲଏସସି କାର୍ଯ୍ୟାଳୟ ସହିତ ସମ୍ପର୍କ କରନ୍ତୁ । ଏହି ସୁଯୋଗକୁ ଉପଯୋଗ କରି ସହଜ ପକ୍ରିୟାରେ ବିବାଦର ନିରାକରଣ କରିବା ପାଇଁ ଡିଏଲଏସଏ ନୟାଗଡ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ।

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026
ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

April 23, 2026
ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

April 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!