Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

by ସଞ୍ଜୟ ସ୍ୱାଇଁ
April 22, 2026
in Nayagarh
ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି
37
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ୨୨ ଜଣ କନ୍ୟା ମାନଙ୍କ ର ବିବାହ ସମ୍ପନ୍ନ ହୋଇଯାଇଛି । ନୟାଗଡ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଏକ ଆଡମ୍ବର ପୂର୍ଣ୍ଣ ପରିବେଶରେ ଜିଲ୍ଲାର ଆଠ ଗୋଟି ବ୍ଲକରୁ ଆସିଥିବା ୨୨ଜଣ ଆର୍ଥିକ ଅନାଗ୍ରସର ବର୍ଗର କନ୍ୟା ମାନଙ୍କୁ ସରକାରୀ ସ୍ତରରେ ବିବାହ କରାଯାଇଛି । ଏହି ବିବାହ କାର୍ଯ୍ୟ ସମ୍ପାଦନ ପାଇଁ ଜିଲ୍ଲାରେ ସ୍ବେଛାସେବୀ ଅନୁଷ୍ଠାନ ସେବା କୁ ଦାୟୀତ୍ୱ ପ୍ରଦାନ କରାଯାଇ ଅଛି । ସେବା ଦ୍ୱାରା ପଠାଣି ସାମନ୍ତ ସଂସ୍କୃତି  ଭବନକୁ ଆକର୍ଷଣୀୟ ଭାବେ ସାଜ ସଜା କରାଯାଇଥିଲା।

କନ୍ୟାବିବାହ ପାଇଁ ୨୨ଗୋଟି ବେଦୀ ପ୍ରସ୍ତୁତ କରାଯାଇ ସେହି ପରିମାଣର ହୋମ କୁଣ୍ଡ ପ୍ରସ୍ତୁତ କରାଯାଇଥିଲା । ୨୨ଜଣ ପୁରୋହିତଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ ଓ ମଙ୍ଗଳ ବାଦ୍ୟରେ ନୟାଗଡ଼ ସହରରେ ଆଜି ଏକ ଭାବ ବିହ୍ଵଳ ପରିବେଶ ସୃଷ୍ଟି କରିଥିଲା । ସକାଳ ୮ଘଟିକା ରୁ ଆରମ୍ଭ ହୋଇଥିବା ଏହି ସାମୂହିକ ବିବାହ କାର୍ଯ୍ୟ ୧୨ଘଟିକା ସମୟ ପର୍ଯ୍ୟନ୍ତ ଚାଲିଥିଲା । ଜିଲ୍ଲାପାଳ ମଧୁମିତା ରଥଙ୍କ ମାର୍ଗଦର୍ଶନରେ ବିବାହ କାର୍ଯ୍ୟ ଚାଲିଥିଲା । ଦିବା ୧୨ଘଟିକା ସମୟରେ ଜିଲ୍ଲାପାଳ ମଧୁମିତା ରଥଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ରୂପେ ଖଣ୍ଡପଡ଼ାର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇଥିଲେ ।

ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌର ପରିଷଦର ଅଧକ୍ଷା ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ସୂଚନା ଓ ଲୋକସମ୍ପର୍ଜ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ସମାଜ କଲ୍ୟାଣ ଅଧିକାରୀ ଜୟଶ୍ରୀ ପଟ୍ଟନାୟକ ଓ ସେବା ଅନୁଷ୍ଠାନର ସଞ୍ଜୟ କୁମାର ସୁବୁଦ୍ଧି ଯୋଗ ଦେଇ ବର କନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ସମସ୍ତ ନବ ବିବାହିତ ଦମ୍ପତିଙ୍କୁ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ତରଫରୁ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା । ‘ସେବା’ ଦ୍ୱାରା ଝିଅ ପେଡି ଓ ଉପହାର ପ୍ରଦାନ କରାଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!