Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

by ସଞ୍ଜୟ ସ୍ୱାଇଁ
April 18, 2026
in Nayagarh
ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ
42
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଳକର କଦଳିବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଦାଶଙ୍କ ସଭାପତିତ୍ୱରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ମୁଖ୍ୟ ଅତିଥି ଥିବା ବେଳେ ଅତିରିକ୍ତ ତହସିଲଦାର ଜି ଶ୍ରୀନୁ ମୁଖ୍ୟ ବକ୍ତା, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରଘୁନାଥ ମଲ୍ଲିକ, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା । ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ/ସଭ୍ୟା, ଗ୍ରାମର ବ୍ୟକ୍ତି ବିଶେଷ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଓଡ଼ିଶା ସରକାରଙ୍କ ଏଭଳି ପଦକ୍ଷେପକୁ ସଭିଏଁ ପ୍ରଶଂସା କରିଥିଲେ। ନିୟମାନୁସାରେ ଚଳିତ ମାସ ୨୭ତାରିଖ ପୂର୍ବରୁ ପୋଷାକ ବଣ୍ଟନ ଶେଷ କରିବାକୁ ବିଭାଗୀୟ ମନ୍ତ୍ରୀ କହିଥିବା ବେଳେ ଓଡ଼ଗାଁ ବ୍ଳକରେ ଆଜି ପ୍ରଥମେ ସରକାରୀ ପ୍ରାଥମିକ ବିଦ୍ୟାଳୟ, କଦଳୀବନ୍ଧ ରେ ଏହା କାର୍ଯ୍ୟକାରୀ ହୋଇଥିବାରୁ ଅତିଥି ମାନେ ବହୁତ ଖୁସି ବ୍ୟକ୍ତ କରିଥିଲେ। ଶିକ୍ଷା ବର୍ଷ ଆରମ୍ଭରୁ ନୂତନ ପୋଷାକ ପାଇ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମନରେ ପାଠପ୍ରତି ଆଗ୍ରହ ନିଶ୍ଚିତ ଆସିବ ଏଥିରେ ସନ୍ଦେହ ନାହିଁ। ଛାତ୍ର ଛାତ୍ରୀ ମାନଙ୍କୁ ନିୟମିତ ପରିଷ୍କାର ପରିଚ୍ଛନ୍ନ କରି ବିଦ୍ୟାଳୟକୁ ପଠାଇବା,ଖେଳ ବେଳେ ଖେଳ ଏବଂ ପଢ଼ା ବେଳେ ପାଠ ପଢ଼ିବା, ମୋବାଇଲର ବ୍ୟବହାର କମ୍ କରିବା, ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଧିକ ପ୍ରଶ୍ନ ପଚାରି ବୁଝିବା ପାଇଁ ଅତିଥି ମାନେ ଅଭିଭାବକଙ୍କୁ ଜଣେଇଥିଲେ। ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ନଥିବାରୁ ଗରମ ଏବଂ ଅସହ୍ୟ ଗୁଳୁଗୁଳି ଯୋଗୁଁ ପିଲାମାନଙ୍କ ପାଠପଢା ପ୍ରତି ଥିବା ଆଗ୍ରହ ହେବନାହିଁ ବୋଲି ମତପ୍ରକାଶ କରିଥିଲେ। ଆଜକୁ ଦୁଇ ମାସ ତଳେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଗ୍ରାମବାସୀଙ୍କ ତରଫରୁ ଦାବିପତ୍ର ଦେଇ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ପ୍ରଚେଷ୍ଟାରେ ଟଙ୍କା ଜମା କରାଯାଇଥିଲେ ମଧ୍ୟ ଏହାର କୋୖଣସି ସୁଫଳ ମିଳିପାରିନାହିଁ ବୋଲି ପ୍ରଧାନ ଶିକ୍ଷକ ଦୁଃଖ ର ସହିତ ଜଣେଇଥିଲେ।ବିଦ୍ୟାଳୟ ର ସବୁଜିମା ପରିବେଶ ଏବଂ ସ୍ୱଳ୍ପ ମୂଲ୍ୟର ହାତ ତିଆରି ଶିକ୍ଷଣସାମଗ୍ରୀ ଦେଖି ସଭିଏଁ ଖୁସି ହୋଇଥିଲେ।ନିର୍ବାହୀ ଅଧିକାରୀ ଙ୍କ ସୂଚନା ଅନୁସାରେ ଖୁବ୍ ଶୀଘ୍ର ଉକ୍ତ ବିଦ୍ୟାଳୟ କୁ ଏକ ସୁନ୍ଦର ମନୋମୁଗ୍ଧକର ଶିକ୍ଷଣୀୟ ପରିବେଶ ସୃଷ୍ଟି କରିବା ପାଇଁ ଚେଷ୍ଟା କରିବେ ବୋଲି ମତ ରଖିଥିଲେ। ପରେ ସଭିଙ୍କ ଉପସ୍ଥିତିରେ ଅତିଥି ମାନଙ୍କ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କୁ ଦୁଇ ହଳ ପୋଷାକ ବିତରଣ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ରୀତାପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!