Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହାତ୍ମାଗାନ୍ଧୀ ନରେଗା ମଣ୍ଡଳସ୍ତରୀୟ ଜନଶୁଣାଣୀ ଶିବିର

by ସଞ୍ଜୟ ସ୍ୱାଇଁ
April 18, 2026
in Nayagarh
ମହାତ୍ମାଗାନ୍ଧୀ ନରେଗା ମଣ୍ଡଳସ୍ତରୀୟ ଜନଶୁଣାଣୀ ଶିବିର
129
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ମହାତ୍ମାଗାନ୍ଧୀ ନରେଗା ମଣ୍ଡଳସ୍ତରୀୟ ଜନଶୁଣାଣୀ ଶିବିର ପଞ୍ଚାୟତ ସମିତିର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ନରେଗା ଜନଶୁଣାଣୀ ଶିବିରରେ ନୟାଗଡ଼ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଭିନ୍ନ ଗ୍ରାମ ପଞ୍ଚାୟତରୁ ସାମାଜିକ ସମୀକ୍ଷା ସମୟରେ ଆସିଥିବା ୨୬୮ ଗୋଟି ତୃଟି ସମ୍ବଦ୍ଧରେ ଆଲୋଚନା କରଯାଇଥିଲା ।ସେଥିମଧ୍ୟରୁ ପ୍ରକ୍ରିୟା ଉଲଂଘନ ୨୪୯, ଆର୍ଥିକ ବିଚ୍ୟୁତି ୧୧, ଆର୍ଥିକ ଅନିୟମିତତାରେ ୨ ଏବଂ ଅଭିଯୋଗ ବାବଦ ୬ ଗୋଟି ସମସ୍ଯା ଅନ୍ତର୍ଭୁକ୍ତ ଅଟେ । ତୃଟି ଗୁଡିକ ସମ୍ବଦ୍ଧରେ ସବିଶେଷ ଆଲୋଚନା ପରେ ଅଧକ୍ଷ୍ୟଙ୍କ ନିଷ୍ପତି ଅନୁଯାଇ ଆସନ୍ତା  ତା ୨୨ତାରିଖ ମଧ୍ୟରେ ତୃଟି ସମ୍ବଧିତ ସମସ୍ତ ରିପୋର୍ଟ କାର୍ଯ୍ୟକ୍ରମ ନୟାଗଡ଼ ବିଡ଼ିଓଙ୍କ ନିକଟରେ ଦାଖଲ କରିବା ପାଇଁ ନିଷ୍ପତି ନିଆଯାଇଅଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୧୪୮୨୧୬ ଗୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଅଛି । ସେଥିରେ ୫୯୮୦୮ ଗୋଟି ଶ୍ରମ ଦିବସ ମହିଳା ମାନଙ୍କ ଦ୍ଵାରା  ସୃଷ୍ଟି କରାଯାଇଅଛି।  ଏହି ଆର୍ଥିକ ବର୍ଷରେ ମୋଟ ୨୫  ଗୋଟି ପରିବାର ୧୦୦ ଦିନର କାର୍ଯ୍ୟ କରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ଅଣକୁଶଳୀ ଶ୍ରମିକ ବାବଦରେ ୪୧୩.୪୭ ଲକ୍ଷ, କୁଶଳୀ ଓ ଅର୍ଦ୍ଧ କୁଶଳୀ ଖର୍ଚ ବାବଦକୁ ୯୭.୧୩ ଲକ୍ଷ, ପ୍ରଶାସନିକ ଖର୍ଚ ବାବଦକୁ ୩.୯୪ ଲକ୍ଷ ଏହି ପରି ଭାବରେ ମୋଟ ୫୩୧.୫୪ ଲକ୍ଷ ଟଙ୍କା ଖର୍ଚ କରାଯାଇଅଛି । ଏହି ଯୋଜନାରେ ବିଭିନ୍ନ ପଞ୍ଚାୟତ, ବ୍ଲକ ଓ ବିଭିନ୍ନ ବିଭାଗ ମାଧ୍ୟମରେ ଏଯାବତ ମୋଟ କାର୍ଯ୍ୟକାରି ହୋଇଥିବା ୨୩୧୦ ଗୋଟି ପ୍ରକଳ୍ପ ମଧ୍ୟରୁ ୧୦୩୮ ଗୋଟି ପ୍ରକଳ୍ପର କାର୍ଯ୍ୟ ସମାପ୍ତ କରାଯାଇଅଛି ଏବଂ ୧୨୭୨ ଗୋଟି ପ୍ରକଳ୍ପ ର କାର୍ଯ୍ୟ ଚାଲୁଅଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସମୀକ୍ଷକ, ବ୍ଲକ ସାମାଜିକ ସମୀକ୍ଷକ ଓ ଏପିଓ, ମନରେଗାଙ୍କ ସମେତ ବ୍ଲକର କନିଷ୍ଠ ଯନ୍ତ୍ରୀ, ପିଇଓ, ଏଡିଇଓ, ମେଟ, ଭିଆରପି, ଜବକାର୍ଡଧାରି, ଶ୍ରମିକନେତା ଏବଂ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ  ସକ୍ରିୟ ଅଂଶଗ୍ରହଣ କରିଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!