ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଜିଲ୍ଲାପାଳଙ୍କ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଜନ ଶୁଣାଣୀ ଶିବିରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପୁଷ୍ପା ଲାକ୍ରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ଯୋତି ରଞ୍ଜନ ସମାନ୍ତରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମପ୍ରିୟା ବେହେରା, ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୃତ କୁମାର ରାଉଳ ଉପସ୍ଥିତ ରହି ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୬୦ଟି ଅଭିଯୋଗରୁ ତତକାଳ ୨୩ ଅଭିଯୋଗର ସମାଧାନ କରିଥିଲେ। ଆଜିର ଏହି ଶିବିରରେ ୬୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ବ୍ୟକ୍ତିଗତ ଅଭିଯୋଗ ୪୬ଟି, ଗ୍ରାମ୍ୟ ସମସ୍ୟା ନେଇ ୧୧ଟି ଅଭିଯୋଗ ଓ ମୁଖ୍ୟମନ୍ତ୍ରୀ ସହାୟତା ରାଶି ପାଇବା ୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିରୁ ଗୁରୁତ୍ବପୂର୍ଣ୍ଣ ଦେଖି ତତକ୍ଷଣାତ ୨୩ ଟି ଅଭିଯୋଗର ସମାଧାନ କରିଥିଲେ। ଆଜିର ଏହି ଶିବିରରେ ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।






