Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଆ ପକ୍ଷ ପାଳନ, କବିତା ପାଠ ଓ ଆଲୋଚନା:ସୁଯୋଗ୍ୟ ସନ୍ତାନଙ୍କ ପାଇଁ ନୟାଗଡ ସାରା ବିଶ୍ୱରେ ପରିଚିତ

by ସଞ୍ଜୟ ସ୍ୱାଇଁ
April 13, 2026
in Literature
ଓଡ଼ିଆ ପକ୍ଷ ପାଳନ, କବିତା ପାଠ ଓ ଆଲୋଚନା:ସୁଯୋଗ୍ୟ ସନ୍ତାନଙ୍କ ପାଇଁ ନୟାଗଡ ସାରା ବିଶ୍ୱରେ ପରିଚିତ
130
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ିଆ ପକ୍ଷ ଅବସରରେ ଆଜି ଆଲୋଚନା ଚକ୍ର ଓ କବିତା ପାଠ କାର୍ଯ୍ୟକ୍ରମ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ସୁମିତ୍ରା ଭୂୟାଁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଜିଲ୍ଲାପାଳ ମଧୁମିତା ରଥ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ଯୋଗ ଦେଇଥିଲେ। ଆଜି ଗୋବିନ୍ଦ ଚନ୍ଦ୍ର ଶୁରଦେଓ ଜୟନ୍ତୀ ଅବସରରେ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ, ଅଣଆଲୋଚିତ ବରପୁତ୍ରଙ୍କ ବିଷୟରେ ଆଲୋଚନା କରିବା ଆବଶ୍ୟକ ବୋଲି କହିଥିଲେ। ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନମାନେ ଏହି ମାଟିକୁ ସାରା ବିଶ୍ୱରେ ପରିଚିତ କରାଇଛନ୍ତି ବୋଲି କହିଥିଲେ। ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ, ଓଡ଼ିଆ ପକ୍ଷ ପାଳନ ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଆଲୋକପାତ କରିଥିଲେ। ବରପୁତ୍ର, ସ୍ୱାଧୀନତା ସଂଗ୍ରାମୀ, କବି ଓ ଲେଖକଙ୍କ ଉତ୍କଳ ପ୍ରଦେଶ ଗଠନରେ ଭୂମିକା ସମ୍ପର୍କ ଆଲୋଚନା କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ, ଓଡ଼ିଆ ପକ୍ଷ ଅବସରରେ ଆଜି ବରପୁତ୍ରଙ୍କ ଉପରେ ଆଲୋଚନା ଓ କବିତା ପାଠ କାର୍ଯ୍ୟକ୍ରମ ସଫଳତା ସହିତ ଆୟୋଜନ କରାଯାଇଥିବା କହିଥିଲେ। ପ୍ରତ୍ୟେକ କବି ଓ ଲେଖକଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା କହିଥିଲେ। ଏହି କାର୍ଯ୍ୟକ୍ରମରେ ନିର୍ମଳ ଚନ୍ଦ୍ର ଶୁରଦେଓ, ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଜୟେନ୍ଦ୍ର ବେହେରା, ଉଷାରାଣୀ ମିଶ୍ର, ରାମକୃଷ୍ଣ ରଥ, ପ୍ରଦୀପ ସାହୁ, ଉଷାରାଣୀ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ୫୦ ରୁ ଉର୍ଦ୍ଧ୍ବ କବି ନୟାଗଡ଼ ଜିଲ୍ଲାର ବରପୁତ୍ରଙ୍କ ଉପରେ କବିତା ପାଠ କରିଥିଲେ। ସଂସ୍କୃତି ବିଭାଗ ସହ କାର୍ଯ୍ୟକ୍ରମକୁ ପରିଚାଳନା ଅବସରରେ ତଥାସ୍ତୁ, ପରମ୍ପରା, ଲେଖକ ପରିଷଦ, ଶୁଭ୍ରାନିଲ, ମୈତ୍ରୀ, ସମ୍ବାଦ ସାହିତ୍ୟ ଘର, ସେତୁବନ୍ଧକୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂସ୍କୃତି ବିଭାଗ କର୍ମଚାରୀ ଆକାଶ ଦାଶ, ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମଚାରୀ ସିଦ୍ଧାର୍ଥ ଦେଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କବି ଗୋପୀନାଥ ସେଠୀ, ନୀଳିମା ନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରୁଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!