Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଉଦଯାପିତ ହେଲା ଜନଗଣନାକାରୀ ପ୍ରଶିକ୍ଷଣ ଶିବିର

by ସଞ୍ଜୟ ସ୍ୱାଇଁ
April 7, 2026
in Nayagarh
ଉଦଯାପିତ ହେଲା ଜନଗଣନାକାରୀ ପ୍ରଶିକ୍ଷଣ ଶିବିର
243
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୌର ପରିଷଦର ସମ୍ମିଳନୀ କକ୍ଷରେ ତିନିଦିନ ଧରି ଚାଲିଥିବା ଭାରତର ଜନଗଣନା କାର୍ଯ୍ୟକ୍ରମ ଗୃହ ତାଲିକା ଏବଂ ଗୃହ ଗଣନା ପାଇଁ ଉଦ୍ଦିଷ୍ଟ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି। ପୌର ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ ୮୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିବା ବେଳେ ସେମାନେ ଚଳିତ ମାସ ୧୬ ତାରିଖରୁ ଘରକୁ ଘର ବୁଲି ଜନଗଣନା କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଗୃହ ଗଣନା ଏବଂ ଗୃହତାଲିକା ସହିତ ଏ ସଂକ୍ରାନ୍ତ୍ରରେ  ତଥ୍ୟ ସଂଗ୍ରହ କରିବେ। ଆଜି ଅନୁଷ୍ଠିତ ଏହି ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗଦାନ କରି ଜନଗଣନା କାର୍ଯ୍ୟର ମହତ୍ୱ ତଥା ଏହାଦ୍ୱାରା ସରକାର ଦେଶର ବିକାଶ ଓ ପ୍ରଶାସନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ହୋଇଥାଏ । ଏହା ଦ୍ୱାରା ସରକାରଙ୍କୁ ଯୋଜନା ପ୍ରଣୟନ, ନିର୍ବାଚନ ମଣ୍ଡଳୀର ପୁନଃନିର୍ଦ୍ଧାରଣ, ସାମାଜିକ ଓ ଆର୍ଥିକ ସ୍ଥିତିର ଆକଳନ, ସଂରକ୍ଷଣ ଓ ଅଧିକାର ସମ୍ପର୍କରେ ନୀତିଗତ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ ବୋଲି ଡ଼ ସାହୁ ମତବ୍ୟକ୍ତ କରିଥିଲେ। ଏହା ସହିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ବିଧାୟକ ଡ଼ ସାହୁ ଜନଗଣନା ସମ୍ପର୍କିତ କିଛି ପ୍ରଶ୍ନ ପଚାରିଥିଲେ। ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ନେହଲତା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଉଦଯାପନୀ ସଭାରେ ପ୍ରଶିକ୍ଷକ ସିଆରସିସି ପ୍ରଦୀପ୍ତ କୁମାର ପଣ୍ଡା ଏବଂ ବ୍ରଜକିଶୋର ମହାପାତ୍ର ଉପସ୍ଥିତ ଥିଲେ। ଗତ ତିନିଦିନ ଧରି ସୁରୁଖୁରୁରେ ଚାଲିଥିବା ପ୍ରଶିକ୍ଷଣ ଶିବିରକୁ ପୌର ପରିଷଦ ପକ୍ଷରୁ ବରିଷ୍ଠ କିରାଣୀ ଦିଗାମ୍ବର ପ୍ରଧାନ, ଶିଶିର କୁମାର ମହାପାତ୍ର ଏବଂ ଗଜେନ୍ଦ୍ର କୁମାର ମହାରଣା ପ୍ରମୁଖ ସହଯୋଗ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!