Sunday, August 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶେଷ ହେଲା ମା ମଣିନାଗଙ୍କ ଷୋଡଶ ବିଶ୍ୱଶାନ୍ତି ମହାଯଜ୍ଞ

by ସଞ୍ଜୟ ସ୍ୱାଇଁ
March 15, 2021
in Nayagarh
ଶେଷ ହେଲା ମା ମଣିନାଗଙ୍କ ଷୋଡଶ ବିଶ୍ୱଶାନ୍ତି ମହାଯଜ୍ଞ
265
VIEWS
Share on FacebookShare on Twitter

ରଣପୁର, (ବାଘୁଆବାର୍ତ୍ତା) : ଚଳିତ ମାସ ୧୧  ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ମଣିନାଗ ଯଜ୍ଞ କମିଟି ଓ ରଣପୁର ଜନ ସାଧାରଣଙ୍କ ସହଯୋଗରେ ଉପର ମଣିନାଗ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ରବିବାର ମୀନ ସଂକ୍ରାନ୍ତି ଗୋଧୂଳି ସମୟରେ ପୂର୍ଣ୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l ଯଜ୍ଞ କମିଟିର କାର୍ଯ୍ୟସୂଚୀ ଅନୁଯାୟୀ ମାର୍ଚ୍ଚ ୧୧ ତାରିଖରେ କଳସ ଯାତ୍ରା, ୧୨ ତାରିଖରେ ଯଜ୍ଞ ଆରମ୍ଭ, ୧୩ ତାରିଖରେ ମହାଶକ୍ତି ମହାଯଜ୍ଞ ଓ ୧୪ ତାରିଖରେ ପୂର୍ଣ୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l କିମ୍ବଦନ୍ତୀ ଅନୁଯାୟୀ ମଣିନାଗ ପାହାଡ଼ ଶିଖରରେ ନୀଳ ମାଧବଙ୍କ ଚକାଶିଳା ବିଶ୍ୱବସୁ ଙ୍କ ସାନ ଭାଇ ବିଶ୍ୱବାସବ ଦ୍ୱାରା ପ୍ରତିଷ୍ଠିତ ହୋଇ ମା ମଣିନାଗ ରୁପେ ପୂଜା ପାଉଛନ୍ତି l ରଣପୁର ତଳ ମଣିନାଗ ପୀଠ ଠାରୁ ପ୍ରାୟ ୫ କିଲୋମିଟର ଉଚ୍ଚରେ ମଣିନାଗ ପର୍ବତ ଶିଖରରେ ଏହି ପୀଠ ରହିଛି l ହଜାର ହଜାର ଶ୍ରଦ୍ଧାଳୁ ଆଜି ଚାଲି ଚାଲି ଓ ଗାଡି ମଟରରେ ପାହାଡ଼ ଉପରକୁ ଯାଇ ଏହି ବିଶ୍ୱଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୁତିରେ ଅଂଶ ଗ୍ରହଣ କରି ମଣିନାଗଙ୍କୁ ଦର୍ଶନ କରିଥିଲେ l

ପଣ୍ଡିତ ଗୋଦାବରୀଶ ଶତପଥୀ ଆଚାର୍ଯ୍ୟ ରୂପେ ୧୬ ବର୍ଷ ହେଲା ଏହି ଯଜ୍ଞ କରି ଆସୁଛନ୍ତି l ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର, ଏନ.ଏ.ଏସି. ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ, ପୂର୍ବତନ ବ୍ଲକ ଚେୟାରମ୍ୟାନ ଇଂ ଦେବାଶିଷ ପଟ୍ଟନାୟକ, ନଗର ସଭାପତି ସ୍ୱରାଜ ମହାନ୍ତି, ମନୋରଞ୍ଜନ ଷଡ଼ଙ୍ଗୀ, ସତ୍ୟ ସାହିଲ ମହାପାତ୍ର, ଶୁଭମ ପଟ୍ଟନାୟକ, ଶୁଭେନ୍ଦୁ ପଟ୍ଟନାୟକ, ବଇନା ମହାରଣା ଙ୍କ ସହିତ ରଣପୁର ଅଂଚଳର ହଜାର ହଜାର ଭକ୍ତ ପୂର୍ଣ୍ଣାହୁତି ସମୟରେ ଉପସ୍ଥିତ ଥିଲେ l ମଣିନାଗ ଯଜ୍ଞ କମିଟିର ସମସ୍ତ ସଦସ୍ୟ ଓ ରଣପୁର ଜନ ସାଧାରଣ ଏହି ଯଜ୍ଞରେ ସହଯୋଗ କରିଥିଲେ l

ଏହି ଉପର ମଣିନାଗ ପୀଠ କୁ ଯିବା ପାଇଁ ୫ କିଲୋମିଟରରୁ ଉର୍ଦ୍ଧ ରାସ୍ତା ପିଚୁ ହୋଇଥିଲେ ମଧ୍ୟ ଗାର୍ଡ ୱାଲ ଓ ଡ୍ରେନେଜ ନ ଥିବାରୁ ବିପଦ ସଂକୁଳ ଅବସ୍ଥାରେ ରହିଛି l ପାହାଡ଼ ଉପରେ ଥିବା ଏହି ମନ୍ଦିର ସ୍ଥଳରେ ପାନୀୟ ଜଳର ସୁବିଧା ନାହିଁ l ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଆଗାମୀ ଦିନରେ ଗାର୍ଡ ୱାଲ, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ କରଣ, ପାନ୍ଥ ଶାଳା ଇତ୍ୟାଦି ନିର୍ମାଣ କରାଯାଇ ମଣିନାଗ ପୀଠ କୁ ଆଗାମୀ ଦିନରେ ଓଡିଶାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯିବ ବୋଲି ମତ ଦେଇଛନ୍ତି l

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!