Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ

by ସଞ୍ଜୟ ସ୍ୱାଇଁ
April 4, 2026
in Education
ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ
122
VIEWS
Share on FacebookShare on Twitter

ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟରେ ଶିଶୁମାନଙ୍କ ନାମଲେଖା ନିମନ୍ତେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କରାଯାଉଛି। ଏହିକ୍ରମରେ ସୁନ୍ଦରପୁର କଲୋନୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରବେଶ ଉତ୍ସବ ଏବଂ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କରାଯାଇଥିଲା।ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଳିତ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପଞ୍ଚସଖା ଶିକ୍ଷା ସେତୁ ସଭାନେତ୍ରୀ ରାଜେଶ୍ୱରୀ ହାଲଦାର, ପରିଚାଳନା କମିଟି ସଭ୍ୟା ରିତୁ ମଣ୍ଡଳ, ଚିତ୍ତରଞ୍ଜନ ମଣ୍ଡଳ, ଧନଞ୍ଜୟ ମଣ୍ଡଳ ପ୍ରମୁଖ ଅତିଥି ରୂପେ ଯୋଗଦେଇ ସରକାରୀ ବିଦ୍ୟାଳୟରେ ଶିଶୁମାନଙ୍କ ନାମ ଲେଖାଇ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇବା ସହିତ ଉଜ୍ଜ୍ବଳ ଭବିଷ୍ୟତ ଗଠନ କରିବାକୁ ମାତାପିତାଙ୍କୁ କହିଥିଲେ। ପାରମ୍ପରିକ ରୀତିନୀତିରେ ଶ୍ରୀ ମହାପାତ୍ର ଶିଶୁ ବାଟିକା ଏବଂ ପ୍ରଥମ ଶ୍ରେଣୀରେ ୭ ଜଣ ଶିଶୁଙ୍କୁ ଖଡ଼ି ଛୁଆଁଇଥିଲେ । ଶିଶୁ ମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରାଇବା ନିମନ୍ତେ ରଙ୍ଗ ପସରା,ଖେଳ ଘର ଏବଂ ଗପ ରାଇଜ ୩ଟି ଷ୍ଟଲ କରାଯାଇଥିଲା। ପିଲାମାନେ ମନ ପସନ୍ଦ ଖେଳଣା ଦେଖି ଆନନ୍ଦ ଅନୁଭବ କରିଥିଲେ।ଗୁରୁମା ମନୋରମା ସାହୁ ପିଲାମାନଙ୍କୁ ଖେଳାଇ ଥିଲେ। ଅଭିଭାବକମାନେ ଶିଶୁମାନଙ୍କ ଖୁସି ଦେଖି କହିଥିଲେ ଖେଳ ମାଧ୍ୟମରେ ଶିକ୍ଷାଦାନ ଏବଂ ଗୁରୁମାନଙ୍କ ଆତ୍ମୀୟତା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରେରିତ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଶିଶୁମାନଙ୍କୁ ପ୍ରତ୍ୟେକ ଦିନ ବିଦ୍ୟାଳୟ ଆସିବାକୁ ଆକୃଷ୍ଟ କରାଇବ। ଶିକ୍ଷୟିତ୍ରୀ ସ୍ୱାଗତିକା ରାଜ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୀଣାପାଣି ମଣ୍ଡଳ, ଗାୟତ୍ରୀ ବିଶ୍ୱାସ, ରିଙ୍କି ବୈରାଗୀ,ମଲିନା ମଣ୍ଡଳ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!