Tuesday, July 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ବ୍ଲକରେ ଅସନ୍ତୋଷ:ବିଡ଼ିଓଙ୍କୁ ଘେରିଲେ ପିଆରଆଇ ମେମ୍ବର

by ସଞ୍ଜୟ ସ୍ୱାଇଁ
April 2, 2026
in Feature News
ନୟାଗଡ଼ ବ୍ଲକରେ ଅସନ୍ତୋଷ:ବିଡ଼ିଓଙ୍କୁ ଘେରିଲେ ପିଆରଆଇ ମେମ୍ବର
185
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବର୍ତ୍ତା): ଡବଲ ଇଞ୍ଜିନ ସରକାରରେ ଉପେକ୍ଷିତ ପିଆରଆଇ ମେମ୍ବର। କର୍ମଚାରୀଙ୍କ ମନମୁଖୀ ବିପର୍ଯ୍ୟସ୍ତ ହୋଇପଡ଼ିଛି ପଞ୍ଚାୟତ ସମିତି କାର୍ଯ୍ୟାଳୟ। ଯେଉଁଥି ପାଇଁ ଆଜି ବିଭିନ୍ନ ପଞ୍ଚାୟତର ପିଆରଆଇ ମେମ୍ବର ମାନେ ବିଡ଼ିଓଙ୍କୁ ଘେରିଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ବ୍ଲକରେ। ସୂଚନାନୁସାରେ, ନୟାଗଡ଼ ବ୍ଲକ ଅଧିନରେ ଥିବା ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ଅଗୋଚରରେ କାମ କରାଯାଉଥିବା ବେଳେ ବିକଶିତ ଗାଁ ବିକଶିତ ଓଡ଼ିଶା, ଅନ୍ତୋଦୟ ଗୃହ ଯୋଜନା, ଖାଦ୍ୟ ସୁରକ୍ଷା ଓ ସାମାଜିକ ସୁରକ୍ଷା, ଗ୍ରାମ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟା ମାନଙ୍କୁ ଲୋଡା ନଯାଉଥିବାରୁ ପିଆରଆଇ ମେମ୍ବରଙ୍କ ପ୍ରତି ଘୋର ଅପମାନ କରୁଛି ବ୍ଲକ୍ ପ୍ରଶାସନ । ବିକାଶ ଓ ଉନ୍ନତି ମୂଳକ କାର୍ଯ୍ୟ ମନଇଚ୍ଛା କରାଯିବା ସହ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆ ନଯିବାକୁ ନେଇ ଜନପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ବ୍ଲକରେ କାର୍ଯ୍ୟରତ କର୍ମଚାରୀ, ପିଆରଆଇ ମେମ୍ବର ମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଏପରିକି କାର୍ଯ୍ଯାଦେଶ ସମୟରେ ବ୍ଲକ୍ କର୍ତ୍ତୃପକ୍ଷ ରାଜନିତୀକରଣ କରୁଥିବା ପିଆରଆଇ ମେମ୍ବର ମାନେ ଅଭିଯୋଗ କରିଛନ୍ତି । ଆଜି ନୟାଗଡ଼ ବ୍ଲକର ଅନେକ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ନୟାଗଡ଼ ବିଡିଓଙ୍କୁ ଘେରାଉ କରିବା ସହ ହୋହାଲ୍ଲା କରିଛନ୍ତି। ତୁରନ୍ତ ସମସ୍ୟା ସମାଧାନ ନହେଲେ ଜନସାଧାରଣଙ୍କୁ ନେଇ ବ୍ଲକ୍ ଘେରାଉ କରାଯିବ ବୋଲି ନିର୍ବାଚିତ ପିଆରଆଇ ମେମ୍ବର ମାନେ ଚେତାବନୀ ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!