ଓଡ଼ଗାଁ,(ବାଘୁଆବାର୍ତ୍ତା) : ଓଡ଼ଗାଁ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ଭାଡ଼ିକିଳା ପଞ୍ଚାୟତରେ ୧ କୋଟି ୬୭ ଲକ୍ଷ ୪୪ ହଜାର ଏବଂ ରାବରା ପଞ୍ଚାୟତରେ ୧ କୋଟି ୮୦ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଛି ବୋଲି କହିଛନ୍ତି । ଏହି ୨ଟି ପଞ୍ଚାୟତରେ ୩୫ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ କରି ପଞ୍ଚାୟତ ନୂତନ ଗୃହ ନିର୍ମାଣ ହୋଇଛି । ଉଭୟ ପଞ୍ଚାୟତରେ କଲ୍ୟାଣୀମଣ୍ଡପ ପାଇଁ ୩୫ ଲକ୍ଷ ଲେଖାଏଁ ଖର୍ଚ୍ଚ ହୋଇଛି । ଉଭୟ ପଞ୍ଚାୟତରେ ଗୋଦାମ ଗୃହ,ଅ ଙ୍ଗନବାଡ଼ି କେନ୍ଦ୍ର, ମିଶନ ଶକ୍ତି ଗୃହ, ଗୋଷ୍ଠୀ ଶୈାଚାଳୟ ନିର୍ମାଣ, କ୍ଲବ ଗୃହ, ଏହିପରି ମୋଟ ୩ କୋଟି ୪୮ ଲକ୍ଷ ୨୪ ହଜାର ବ୍ୟୟ ହୋଇଥିବା ନେଇ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି । ଉଭୟ ପଞ୍ଚାୟତରେ ହୋଇଥିବା ସାଧାରଣ ସଭାରେ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁ ପ୍ରସାଦ ସାହୁ, ବିଜେଡ଼ି ବ୍ଳକ ସଭାପତି ସୂର୍ଯ୍ୟନାରାୟଣ ଚୈାଧୁରୀ, ବିଡିଓ ସ୍ୱାତିଲେଖା ଦାସଙ୍କ ସମେତ ଭାଡିକିଳାରେ ସରପଞ୍ଚ ଗୀତାଞ୍ଜଳି ସାହୁ, ସମିତି ସଭ୍ୟ ଶୁସଂଙ୍ଗୀତା ନାୟକ, ରାବରା ସରପଞ୍ଚ ବିଳାସିନୀ ସେନାପତି, ସମିତି ସଭ୍ୟ ସୁନୀତା ଭୋଳ, ଆଇନିଜୀବୀ ପ୍ରତାପ ନନ୍ଦ ପ୍ରମୁଖ ଯୋଗଦେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଏଥିସହିତ ନନ୍ଦିଘୋରଠାରେ ଏକ କ୍ଲବ ଗୃହକୁ ମନ୍ତ୍ରୀ ଉଦ୍ଘାଟନ କରିଥିବା ଜଣାଯାଇଛି ।





